ଲଣ୍ଡନ : ବିଶ୍ୱ ବଜାରରେ ବଢିଚାଲିଥିବା ତେଲ ଦର ସାମୟିକ ଭାବେ ନିୟନ୍ତ୍ରଣରେ ରହିଛି । ଓପେକ ଦେଶ ସମୁହ ଉତ୍ପାଦନ ଦିନକୁ ୧୦ ଲକ୍ଷ ବ୍ୟାରେଲ ବଢାଇବାକୁ ରାଜି ହେବାରୁ ଏହା ସମ୍ଭବ ହୋଇପାରିଛି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଦିନରେ ତେଲଦର ବଢିଚାଲିବ । ଏପରିକି କିଛି ବର୍ଷ ପରେ ତେଲ ବ୍ୟାରେଲ ପିଛା ୧୫୦ ଡଲାର ଟପିବା ଅସମ୍ଭବ ନୁହେଁ । ତୈଳ ବଜାର ବିଶେଷଜ୍ଞ ନୀଲ ବେଭରିଜ୍ଙ୍କ ମତରେ ବିଶ୍ୱରେ ତେଲ ଚାହିଦା ବଢିଚାଲିଥିବାବେଳେ ନୂଆ ନୂଆ ତୈଳ ବ୍ଲକ ସନ୍ଧାନ ଲାଗି ବିଶ୍ୱର ପ୍ରମୁଖ ତୈଳ କମ୍ପାନିମାନେ ନିବେଶ ହ୍ରାସ କରିଛନ୍ତି । ଏଥିଲାଗି ୨୦୦୦ ମସିହା ତୁଳନାରେ ଏବେ ବିଶ୍ୱରେ ପ୍ରମାଣିତ ତୈଳ ଭଣ୍ଡାର ପରିମାଣ ୩୦ ପ୍ରତିଶତ ହ୍ରାସ ପାଇଛି । ଆହୁରି ଚିନ୍ତାର ବିଷୟ ହେଉଛି ଅର୍ଥନୈତିକ ଉନ୍ନତି ସହ ଆଗାମୀ ଦଶକରେ ଏସିଆର ଆଉ ପ୍ରାୟ ୧୦୦ କୋଟି ଲୋକ ସହରରେ ରହିବା ଆରମ୍ଭ କରିଥିବେ । ଏହା ଫଳରେ କାର ଓ ଅନ୍ୟାନ୍ୟ ଯାନବାହାନର ଚାହିଦା ବଢିବ, ବିମାନଯାତ୍ରା ବଢିବ । ଏହା ଦ୍ୱାରା ତେଲ ଚାହିଦା ବଢିବ । କିନ୍ତୁ ନୂଆ ତୈଳ ବ୍ଲକ ଆବିଷ୍କାର ହେଉନଥିବାରୁ ଉତ୍ପାଦନ କମିବା ସହ ଦର ଆକାଶଛୁଆଁ ହେବ । ତେଲ ବ୍ୟାରେଲ ପିଛା ୧୫୦ ଡଲାର ଟପିଲେ ଆମ ଦେଶରେ ପେଟ୍ରୋଲ, ଡିଜେଲ ଦର ୧୨୦ ଟଙ୍କା ଟପିବା ଅସମ୍ଭବ ନୁହେଁ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/05/crude-oil.jpg)