ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ: ‌କ୍ରିପ୍ଟୋକୁ ଆଇନଗତ ମାନ୍ୟତା ଦିଆଯାଇନି

Advertisment
ଦୁଇ ଲକ୍ଷର ବିଟ୍‌କଏନ୍‌ ସ୍କାମ୍‌ ତଦନ୍ତ: ସାମ୍ନାକୁ ଆସିଲା ୨୦୦ କୋଟିର ଜାଲିଆତି

nypost.com

ନୂଆଦିଲ୍ଲୀ : କ୍ରିପ୍ଟୋକରେନ୍ସିକୁ ଦେଶରେ ଆଇନଗତ ମାନ୍ୟତା ମିଳିନାହିଁ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ କ୍ରିପ୍ଟୋ ଆୟ ଉପରେ ଟିକସ ଲଗାଇବାର କ୍ଷମତା ସରକାରଙ୍କ ପାଖରେ ରହିଛି। ଟିକସ ଲଗାଇବାର ଅର୍ଥ ନୁହେଁ ଏହାକୁ ଆଇନଗତ ମାନ୍ୟତା ମିଳିଗଲା। ବର୍ତ୍ତମାନ କ୍ରିପ୍ଟୋକୁ ନେଇ ବିଭିନ୍ନ ମତାମତ ଆଧାରରେ ଆଲୋଚନା ଜାରି ରହିଛି। ତା’ ପରେ ଏହାକୁ ନିଷିଦ୍ଧ କରାଯିବ ନା ନାହିଁ ସେହି ନିଷ୍ପତ୍ତି ଗ୍ରହଣ କରାଯିବ।

ବର୍ତ୍ତମାନ ଏହାର ଆଇନଗତ ବୈଧତା ଆକଳନ କରାଯାଇପାରିବ ନାହିଁ। ଏବିଷୟରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କ୍ରିପ୍ଟୋ ଆଇନଗତ ବୈଧ ନା ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଅଲଗା ପ୍ରଶ୍ନ। ଟିକସ ଲଗାଇବା ସହିତ ତାହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ସଂସଦରେ କଂଗ୍ରେସ ସଦସ୍ୟ ଛାୟା ବର୍ମାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରି ‌ନିର୍ମଳା କ୍ରିପ୍ଟୋ ଆୟ ଉପରେ ୩୦% ଭଳି ମୋଟା ଅଙ୍କର ଟିକସ ଲଗାଇଛନ୍ତି। ଏହା ସହିତ ଡିଜିଟାଲ୍ ମୁଦ୍ରାରେ ହେଉଥିବା ବାର୍ଷିକ ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ୧ ପ୍ରତିଶତ ଟିଡିଏସ୍‌ ମଧ୍ୟ ଲାଗୁ କରାଯାଇଛି।

ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସୀମା ବାର୍ଷିକ ୫୦ ହଜାର ଟଙ୍କା ରଖାଯାଇଛି। ଗତକାଲି ମୁଦ୍ରାନୀତି ସମୀକ୍ଷା ନିଷ୍ପତ୍ତି ଘୋଷଣା‌ କରିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ କ୍ରିପ୍ଟୋର କୌଣସି ମୂଲ୍ୟ ନାହିଁ। ତାହା ଏକ ଟ୍ୟୁଲିପ୍ ଫୁଲ ଠାରୁ ମଧ୍ୟ ମୂଲ୍ୟହୀନ। ଯେଉଁମାନେ କ୍ରିପ୍ଟୋରେ ନିବେଶ କରୁଛନ୍ତି ସେମାନଙ୍କୁ ସତର୍କ କରିବାକୁ ଯାଇ ସେ ତାହା କହିଥିଲେ। ଦେଶର ଆର୍ଥିକ ସ୍ଥିରତା ପ୍ରତି ବଡ଼ ବିପଦ ବୋଲି ସେ ବହୁ ଦିନରୁ କହିଆସୁଛନ୍ତି। ତାହାକୁ ନିଷିଦ୍ଧ କରିବା ସପକ୍ଷ‌ରେ ସେ ଯୁକ୍ତି ଉପସ୍ଥାପନ କରୁଛନ୍ତି।

ରାହୁ କାଳ ବନାମ ଅମୃତ କାଳ
ସରକାର ଓ ବିରୋଧୀଙ୍କ ମଧ୍ୟରେ ରାହୁ କାଳ ଓ ଅମୃତ କାଳକୁ ନେଇ ବିତର୍କ ଦେଖିବାକୁ ମିଳିଛି। ଗତକାଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କଂଗ୍ରେସ ଅମଳକୁ ଅନ୍ଧକାର ଯୁଗ ଓ ୨୦୧୪ ପରଠାରୁ ଅମୃତ କାଳ ଚାଲିଛି ବୋଲି କହିଥିଲେ। ଆଜି ତାଙ୍କୁ ସମାଲୋଚନା କରି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ କହିଛନ୍ତି ଯେ ୨୦୧୪ ପରଠାରୁ ଅମୃତ କାଳ ନୁହେଁ ରା‌ହୁ କାଳ ଚାଲିଛି। ଶିବଲଙ୍କୁ ଜବାବ ଦେଇ ନିର୍ମଳା କହିଛନ୍ତି ଯେ ୨୦୧୩ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଆଣିଥିବା ଏକ ଅଧ୍ୟାଦେଶକୁ ଗଣମାଧ୍ୟମ ସାମନାରେ ଚିରି ଦିଆଯାଇଥିଲା ତାହା ଥିଲା ରାହୁ କାଳ। ଏଥି ସହିତ ଦାରିଦ୍ର୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରୁଥିବା ବିରୋଧୀମାନଙ୍କୁ ମଧ୍ୟ ସେ କଡ଼ା ଜବାବ ଦେଇଛନ୍ତି। ୨୦୧୩ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାରିଦ୍ୟ ଉପରେ ଦେଇଥିବା ଏକ ମନ୍ତବ୍ୟକୁ ସେ ମନେ ପକାଇ ଦେଇଛନ୍ତି। ସେହି ସମୟରେ ରାହୁଲ ଦ୍ରାରିଦ୍ର୍ୟକୁ ଏକ ମାନସିକ ସ୍ଥିତି ବୋଲି କହିଥିଲେ। ସେ କହିଥିଲେ ଯେ ଖାଦ୍ୟ, ଅର୍ଥ କିମ୍ବା ବସ୍ତୁର ଅଭାବ ଅର୍ଥ ଦାରିଦ୍ର୍ୟ ନୁହେଁ। ଯଦି ଜଣଙ୍କ ପାଖରେ ଆତ୍ମବିଶ୍ବାସ ରହିଛି ସେ ତାହାକୁ ଦୂର କରିପାରିବେ। ସେହି ମନ୍ତବ୍ୟକୁ ନିର୍ମଳା ବ୍ୟବହାର କରି କଂଗ୍ରେସ ସଦସ୍ୟମାନଙ୍କୁ କହିଥିଲେ ଯେ ତୁମ ପୂର୍ବତନ ସଭାପତି ଦାରିଦ୍ର୍ୟ ବିଷୟରେ ଯାହା କହିଥିଲେ ସେ ବିଷୟରେ ମୁଁ କିଛି କୁହେ ବୋଲି ତୁମେ ଚାହୁଛ କି? ମୁଁ ସେହି ବ୍ୟକ୍ତିଙ୍କ ନାମ କହୁନାହିଁ, କିନ୍ତୁ ଆମେ ସମେସ୍ତ ଜାଣିଛେ ‌ସେ କିଏ ବୋଲି ନିର୍ମଳା ରାହୁଲଙ୍କୁ ଇଙ୍ଗିତ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe