କ୍ରିପ୍ଟୋ ମୂଲ୍ୟ ହ୍ରାସ, ଉଡ଼ିଗଲା ୧ ଟ୍ରିଲିଅନ୍ ଡଲାର

Advertisment
କ୍ରିପ୍ଟୋକୁ ‌‘ସେବି’ର ହଁ, ରିଜର୍ଭ ବ୍ୟାଙ୍କର ନା: ସରକାରୀ କମିଟିକୁ ସୁପାରିସ

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍‌ର ମୂଲ୍ୟ ଲଗାତର ହ୍ରାସ ପାଉଛି। ଫଳରେ ନିବେଶକମାନେ ପ୍ରାୟ ୧ ଟ୍ରିଲିଅନ (୧ ଲକ୍ଷ କୋଟି) ଡଲାର ହରାଇସାରିଲେଣି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ପ୍ରୋତ୍ସାହନ ପ୍ରତ୍ୟାହାର କରିବାକୁ ଯାଉଥିବା ଖବର ପ୍ରଚାରିତ ହେବା ପରେ ଅସ୍ଥିର ସମ୍ପତ୍ତିଗୁଡ଼ିକ ପ୍ରତି ତାହା ବିପଦ ସୃଷ୍ଟି କରିଛି।

ଗତ ଶୁକ୍ରବାର ବିଟ୍‌କଏନ୍ ମୂଲ୍ୟ ୧୨% ହ୍ରାସ ପାଇ ୩୬,୦୦୦ ଡଲାରକୁ ଖସିଛି। ଗତ ଜୁଲାଇ ପରଠାରୁ ଏହା ବିଟ୍‌କଏନ୍‌ର ସର୍ବନିମ୍ନ ଦାମ୍। ଗତବର୍ଷ ନଭେମ୍ବରରେ ଏହାର ମୂଲ୍ୟ ଶୀର୍ଷ ଛୁଇଁଥିଲା। ତା’ ପରଠାରୁ ସେଥିରେ ୪୫% ହ୍ରାସ ହେଲାଣି। ଇଥର୍‌ ଓ ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସି ଦାମ୍ ମଧ୍ୟ ହ୍ରାସ ପାଉଛି। ଆଗକୁ କ୍ରିପ୍ଟୋକରେନ୍ସିଗୁଡ଼ିକର ଦାମ୍ ଆହୁରି ହ୍ରାସ ପାଇବା ଆଶଙ୍କା କରି ନିବେଶକମାନେ କମ୍ ଦାମରେ ସେଗୁଡ଼ିକୁ ବିକ୍ରି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe