ଗ୍ରାହକଙ୍କ ପସନ୍ଦ ଧଳା ରଙ୍ଗ କାର୍‌

Advertisment
ଗ୍ରାହକଙ୍କ ପସନ୍ଦ ଧଳା ରଙ୍ଗ କାର୍‌

ନୂଆଦିଲ୍ଲୀ : ଗାଡ଼ି କିଣିବାକୁ ଚାହୁଥିବା ଗ୍ରାହକମାନେ ଯେଉଁ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଅଧିକ ଚିନ୍ତା କରନ୍ତି ସେଥିରୁ ଗୋଟିଏ ବିଷୟ ହେଉଛି ‘ଗାଡ଼ିର ରଙ୍ଗ’। ଦେଶରେ ବିଭିନ୍ନ ରଙ୍ଗର ଗାଡ଼ି ବିକ୍ରି ହେଉଥିବା ବେଳେ ଭାରତୀୟ ଗ୍ରାହକମା‌ନେ ସର୍ବାଧିକ ପସନ୍ଦ କରୁଥିବା ରଙ୍ଗ ହେଉଛି ଧଳା। ୨୦୨୨ରେ ବିକ୍ରି ହୋଇଥିବା ୪୨.୨ ପ୍ରତିଶତ ଗାଡ଼ିର ରଙ୍ଗ ଥିଲା ଧଳା। ଏହି ବର୍ଷ ଧଳା ବ୍ୟତୀତ କଳା, ଧୂସର, ନୀଳ, ଲାଲ, ସବୁଜ ଓ ସୁବର୍ଣ୍ଣ ରଙ୍ଗର ଗାଡ଼ି ମଧ୍ୟ ଅଧିକ ବିକ୍ରି ହୋଇଥିଲା।

publive-image

ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶାଙ୍କ ଶ୍ରୀବାସ୍ତବଙ୍କ ମତରେ ଧଳା ରଙ୍ଗର କାର୍‌ ଲାଗି କମ୍ ସମୟ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଗ୍ରାହକମାନେ ତାହା କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏସ୍‌ୟୁଭି କିଣୁଥିବା ଗ୍ରାହକମାନେ କିନ୍ତୁ ଗାଢ଼ ରଙ୍ଗକୁ ଅଧିକ ପସନ୍ଦ କରୁଛନ୍ତି। ଭାରତରେ ବିକ୍ରି ହେଉଥିବା ପ୍ରାୟ ୭୦ ପ୍ରତିଶତ କାର୍‌ର ରଙ୍ଗ ହେଉଛି ଧଳା, ରୌପ୍ୟ ଓ ଧୂସର। ହୁଣ୍ଡାଇର ଗ୍ରାହକମାନେ ମଧ୍ୟ ଧଳା ରଙ୍ଗକୁ ବେଶ ପସନ୍ଦ କରୁଛନ୍ତି। ୨୦୨୨ରେ କଂପାନିର ବିକ୍ରି ହୋଇଥିବା ୫୫ ପ୍ରତିଶତ ଗାଡ଼ିର ରଙ୍ଗ ଥିଲା ଧଳା। ଟାଟା ମୋଟର୍ସର ଉପସଭାପତି ମୋହନ ସାବରକର ମଧ୍ୟ କହିଛନ୍ତି ଯେ ଧଳା ରଙ୍ଗର କାର୍ ବିକ୍ରି ଉଲ୍ଲେଖନୀୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe