ରେସ୍ତୋରାଁ ଏବଂ କ୍ଷୁଦ୍ର ବ୍ୟବସାୟ ଉପରୁ ଜିଏସ୍‌ଟି କାଟ ହେଉ: ପ୍ୟାନେଲ୍‌

Advertisment
ରେସ୍ତୋରାଁ ଏବଂ କ୍ଷୁଦ୍ର ବ୍ୟବସାୟ ଉପରୁ ଜିଏସ୍‌ଟି କାଟ ହେଉ: ପ୍ୟାନେଲ୍‌

Image Courtesy of TOI

ନୂଆଦିଲ୍ଲୀ: ରବିବାର ଦିନ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ଏକ ପ୍ୟାନେଲ୍‌ ଜିଏସ୍‌ଟିକୁ କେତେକ ସଦ୍ୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ରେସ୍ତୋରାଁ ଉପରୁ ଜିଏସ୍‌ଟି କାଟ, କ୍ଷୁଦ୍ର ବ୍ୟବସାୟୀ, ନିର୍ମାତା ଏବଂ ଜଳଖିଆ ଦୋକାନ ଉପରୁ ଫ୍ଲାଟ୍‌ ୧% ଟିକସ କାଟ କରାଯିବା କଥା ପ୍ୟାନେଲର୍‌ ପ୍ରସ୍ତାବରେ ଅନ୍ତର୍ଭୁକ୍ତ।

ପାଞ୍ଚଟି ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କର ପ୍ୟାନେଲ୍‌ ପ୍ରସ୍ତାବ ଦେଇଛି ଯେ ଶୀତତାପ ନିୟନ୍ତ୍ରିତ ହେଉ କି, ନ ହେଉ ଷ୍ଟାଣ୍ଡ୍‌ଏଲୋନ୍‌ ରେସ୍ତୋରାଁଗୁଡ଼ିକ ଉପରେ ଫ୍ଲାଟ୍‌ ୧୨% ଜିଏସ୍‌ଟି ଏବଂ ଜଏଣ୍ଟ୍‌ ଲୋକେଟେଡ୍‌ ହୋଟେଲ୍‌ଗୁଡ଼ିକ ଉପରେ ୧୮% ଲେଭି ପ୍ରବର୍ତ୍ତନ କରାଯାଉ। ସମ୍ପ୍ରତି ପ୍ରାୟ ରେସ୍ତୋରାଁକୁ ଯାଉଥିବା ମଧ୍ୟବିତ୍ତ ଶ୍ରେଣୀ ୧୮% ଜିଏସ୍‌ଟିର ସମ୍ମୁଖୀନ ହେଉଛନ୍ତି।

ସେହିପରି ବାର୍ଷିକ ୨୦ ଲକ୍ଷରୁ ୧ କୋଟି ଟର୍ଣ୍ଣଓଭର୍‌ ଥିବା ବ୍ୟବସାୟୀ ଏବଂ ନିର୍ମାତାମାନଙ୍କ ଉପରେ ମଧ୍ୟ ଏହି ସ୍କିମ୍‌ ଲାଗୁ ହେଉଛି। ସେମାନଙ୍କୁ କେବଳ ସେଲ୍‌ ଡିଟେଲ୍‌ ଦେବାକୁ ପଡୁଥିବାବେଳେ ଇନ୍‌ଭଏସ୍‌ ସହ ରିଟର୍ଣ୍ଣ ଡିଟେଲ୍‌ ଦେବା ଆବଶ୍ୟକ ହେଉ ନାହିଁ। ଏଥିସହ ପ୍ରତି ତିନି ମାସରେ ଥରେ ରିଟର୍ଣ୍ଣ ଫାଇଲ୍‌ କରିବାକୁ ପଡୁଛି। ରେସ୍ତୋରାଁ ପରି ବ୍ୟବସାୟୀଙ୍କ ଉପରେ (୧%) ଏବଂ ନିର୍ମାତାଙ୍କ ଉପରେ (୨%) ଟିକସ ବୋଝ ସମାନ ନୁହେଁ।

ବ୍ୟବସାୟୀଙ୍କ ପାଇଁ ଦୁଇଟି ବିକଳ୍ପ ରହୁ। ସମୁଦାୟ ଟର୍ଣ୍ଣଓଭର୍‌ ଉପରେ ଟିକସ ଦେବାକୁ ଚାହୁଁଥିବା ବ୍ୟବସାୟୀ ୦.୫% ଟିକସ ଦିଅନ୍ତୁ। ଯେଉଁମାନେ ଆୟ ଭାଗ ଭାଗ କରି ଟିକସ ଦେବାକୁ ଚାହୁଁଛନ୍ତି ସେମାନେ ୧% ଦିଅନ୍ତୁ।

ଆସନ୍ତା ମାସ ପ୍ରାରମ୍ଭରେ ଜିଏସଟି କାଉନ୍‌ସିଲ୍‌ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe