ଚାଉଳ ରପ୍ତାନି ଉପରେ ଲାଗିବ କଟକଣା!

Advertisment
ସମ୍ବଲପୁରରେ ମିଲର୍ସଙ୍କ ମନମାନି! ୪୭ ପ୍ରତିଶତ ମିଲର୍ସ ଫେରାଇ ନାହାନ୍ତି କଷ୍ଟମ୍‌ ମିଲିଂ ଚାଉଳ

Premium Times Nigeria

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଗହମ ଏବଂ ଚିନି ଉପରେ ରପ୍ତାନି କଟକଣା ଘୋଷଣା କରିସାରିଛନ୍ତି। ଏବେ ଚାଉଳ ପାଳି ପଡ଼ିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତ ଚାଉଳ ରପ୍ତାନି ବନ୍ଦ କରିଲେ ବିଶ୍ବର ଖାଦ୍ୟ ସୁରକ୍ଷା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ନେଇ ବିଶେଷଜ୍ଞମାନେ ଦୃଢ଼ ନିଶ୍ଚିତ ଥିବାବେଳେ କେବଳ କେଉଁ ସମୟରେ ଏହା ଲାଗିବ ତାହାକୁ ଅପେକ୍ଷା କରାଯାଇଛି ବୋଲି ୟେସ ବ୍ୟାଙ୍କ ଲିମିଟେଡର ଅର୍ଥନୀତିଜ୍ଞ ରାଧିକା ପିପ୍‌ଲାନି ମତ ଦେଇଛନ୍ତି।

ଅବଶ୍ୟ ଦେଶର ଚାହିଦା ପୂରଣ ଏବଂ ଦର ନିୟନ୍ତ୍ରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ଚାଉଳ ଗଚ୍ଛିତ ରହିଛି। ଏହାର ଦର ମଧ୍ୟ ନିୟନ୍ତ୍ରଣ ଭିତରେ ଅଛି। ଭାରତରେ ଅଧିକାଂଶ ବ୍ୟକ୍ତି ରୁଟି ବଦଳରେ ଭାତ ଖାଆନ୍ତି। ଦେଶର ଖାଦ୍ୟ ନିରାପତ୍ତା ହିତାଧିକାରୀଙ୍କ ସମେତ ଅନ୍ୟାନ୍ୟ ଯୋଜନାରେ ଗରିବ ଲୋକଙ୍କୁ ବିପୁଳ ରିହାତିରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଲୋକଙ୍କୁ ଗହମ ତୁଳନାରେ ଅଧିକ ଚାଉଳ ଦେବା ଯୋଜନା ଥିବାରୁ ଦେଶରେ ଯୋଗାଣକୁ ନିଶ୍ଚିତ କରିବା ଉପରେ ପର୍ଯ୍ୟାପ୍ତ ମାତ୍ରାର ଉପଲବ୍ଧତାକୁ ସରକାର ଗୁରୁତ୍ବ ଦେଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି। ସେହି କମିଟି ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ସମୀକ୍ଷା କରୁଛି। ବିଶ୍ବର ଖାଦ୍ୟାଭାବ ସମସ୍ୟାକୁ ଚାଉଳ ଉତ୍କଟ ହେବାକୁ ଦେଇନାହିଁ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଚାଉଳ ଏବଂ ମକା ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଚାଉଳ ମୂଲ୍ୟରେ ସେତେଟା ବୃଦ୍ଧି ଘଟିନାହିଁ। କାରଣ ଏହାର ଉତ୍ପାଦନ ଏବଂ ମହଜୁଦ ଅଧିକ ରହିଛି। କିନ୍ତୁ ଭାରତ ଯଦି ଚାଉଳ ରପ୍ତାନି ଉପରେ କଟକଣା ଲଗାଏ ତାହେଲେ ଅନ୍ୟ ଦେଶମାନେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଏହାହେଲେ ଭିଏତନାମ ଚାଉଳ କଟକଣା ଲଗାଇବା ଦ୍ବାରା ୨୦୦୮ ମସିହାରେ ଯେଉଁ ପରିସ୍ଥିତି ହୋଇଥିବା ସେଭଳି ହୋଇପାରେ। ଏସିଆ ମହାଦେଶର ଦେଶଗୁଡ଼ିକ ପାଖାପାଖି ୯୦ ପ୍ରତିଶତ ଚାଉଳ ଉତ୍ପାଦନ କରନ୍ତି ଏବଂ ଖାଆନ୍ତି। ବିଶ୍ବର ଚାଉଳ ବାଣିଜ୍ୟରେ ଭାରତର ଯୋଗଦାନ ପ୍ରାୟ ୪୦ ପ୍ରତିଶତ। କୋଟାକ ଇନଷ୍ଟିଚ୍ୟୁସନାଲ ଇକ୍ବିଟିଜ୍‌ର ବରିଷ୍ଠ ଅର୍ଥନୀତିଜ୍ଞ ଶୁଭଦୀପ ରକ୍ଷିତ କୁହନ୍ତି, ଆଗାମୀ ସପ୍ତାହରେ ଚାଉଳ ଦର କିଭଳି ରହୁଛି ତାହା ଉପରେ ସରକାରଙ୍କ ନିଷ୍ପତ୍ତି ନିର୍ଭର କରୁଛି। ଏବେ ଧାନ ବୁଣାବୁଣି ହେବ। ମୌସୁମୀ ବର୍ଷା ଉପରେ ଉତ୍ପାଦନ ନିର୍ଭର କରୁଛି। ଯଦି ମୌସୁମୀ ବର୍ଷା ଅସ୍ବାଭାବିକ ରହିବ ତାହେଲେ ଦର ବଢ଼ିବ। ଏହାହେଲେ ଚାଉଳ ରପ୍ତାନି ଉ‌ପରେ କଟକଣା ଲାଗିବା ସମ୍ଭାବନା ରହିଛି ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe