ଉପରାଷ୍ଟ୍ରପତିଙ୍କ ଆଫ୍ରିକା ଗସ୍ତ ପ୍ରତିନିଧି ଦଳରେ ସିୟୁଟିଏମ୍

ଉପରାଷ୍ଟ୍ରପତିଙ୍କ ଆଫ୍ରିକା ଗସ୍ତ ପ୍ରତିନିଧି ଦଳରେ ସିୟୁଟିଏମ୍

Odisha Diary

ଭୁବନେଶ୍ବର: ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁଙ୍କ ଦୁଇ ଦେଶ ଗାବନ୍ ଓ ସେନେଗାଲ ଗସ୍ତ ପାଇଁ ତାଙ୍କ ସହ ସିଆଇଆଇର ଯେଉଁ ପ୍ରତିନିଧି ଦଳ ଯାଇଥିଲା ତାହାର ଏକ ଅଂଶ ଥିଲା ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ୍‌ (ସିୟୁଟିଏମ୍‌)। ଭାରତର ଉଚ୍ଚ ଶିକ୍ଷା ପ୍ରତିଷ୍ଠାତର ପ୍ରତିନିଧିତ୍ବ କରୁଥିବା ଦଳରେ ସିୟୁଟିଏମ୍ ଥିଲା। ଅନୁଷ୍ଠାନର ପ୍ରତିନିଧିତ୍ବ କରିଥିଲେ ଆସୋସିଏଟ୍‌ ଡାଇରେକ୍ଟର-ଇଣ୍ଟରନ୍ୟାସନାଲ୍ ରିଲେସନ୍‌ସିପ୍ ଆଣ୍ଡ୍‌ ଗଭର୍ଣ୍ଣମେଣ୍ଟ୍‌ ପାର୍ଟନର୍‌ସିପ୍ ମୋନାଲିଷା ଘୋଷ। ସିଆଇଆଇ ଏବଂ ଗାବନ ଓ‌ ସେନେଗାଲ୍‌ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଟି କାର୍ଯ୍ୟକ୍ରରେ ସେ ଭାଗ ନେଇଥିଲେ। ଏହି ଗସ୍ତର ଦୁଇ ପ୍ରମୁଖ ଉଦ୍ଦେଶ୍ୟ ଥିଲା ଦକ୍ଷତା ବିକାଶ ଜରିଆରେ ଗାବନ ଓ ସେନେଗାଲ୍‌ର ଶ୍ରମ ଶକ୍ତିଙ୍କ ଦକ୍ଷତା ବଢ଼ାଇ ସେମାନଙ୍କୁ ନିଯୁକ୍ତି ପାଇବାରେ ସହାୟତା ପ୍ରଦାନ କରିବା ଏବଂ ଜିଏସ୍‌ଇଜେଡ୍‌, ଜିଏସ୍‌ଇଜେଡ୍‌, ଗାବନ୍‌ର ଏମ୍‌ଓଇ, ଏଓଏଚ୍‌ଇ ଓ ଏମ୍‌ଏଚ୍‌ଆର୍‌ଡି ସହଯୋଗରେ ପ୍ରଥମ ମାରିଟାଇମ୍‌ ଶିକ୍ଷା ଓ ଇଞ୍ଜିନିୟରିଂ ସ୍କୁଲ ସ୍ଥାପନ କରିବା। ଏକ କାଠ ଇଞ୍ଜିନିୟରିଂ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବାରେ ଜିଏସ୍‌ଇଜେଡ୍‌କୁ ସିୟୁଟିଏମ୍ ସହାୟତା ପ୍ରଦାନ କରିବାର ସମ୍ଭାବନାକୁ ମଧ୍ୟ ଏହି ଗସ୍ତ ସମୟ‌ରେ ଅନୁସନ୍ଧାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe