‘କଟକ ହାର୍ଡଓୟାର’ ଷ୍ଟୋର୍‌ ଉଦ୍‌ଘାଟିତ

Advertisment
‘କଟକ ହାର୍ଡଓୟାର’ ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ବ୍ୟବସ୍ଥାୟ ପ୍ରତିଷ୍ଠାନ କଟକ ହାର୍ଡଓୟାର ପକ୍ଷରୁ ସହିଦନଗରର ମାର୍କେଟ୍‌ ବିଲ୍‌ଡିଂଠାରେ ଏକ ନୂଆ ଷ୍ଟୋର୍‌ ଖୋଲାଯାଇଛି। ଏହାକୁ ବିଶିଷ୍ଟ ଓଡ଼ିଆ ଅଭିନେତା ମିହିର ଦାସ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଷ୍ଟୋର୍‌ର ଶିବଶଙ୍କର ଗୁପ୍ତା, ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ନରେନ୍ଦ୍ର ଗୁପ୍ତା, ଦୀନେଶ ଗୁପ୍ତା ଏବଂ ରବିନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

କଟକର ଷ୍ଟେସନ୍‌ ରୋଡ୍‌ ଏବଂ କଲେଜ ଛକଠାରେ ଏହାର ଦୁଇଟି ଷ୍ଟୋର୍‌ ଯଥାକ୍ରମେ କଟକ ହାର୍ଡଓୟାର ଷ୍ଟୋର୍‌ ଏବଂ କଟକ ହାର୍ଡଓୟାର ଏଜେନ୍ସି ନାମରେ ରହିଛି। ଭୁବନେଶ୍ୱରଠାରେ ଆଜି ଖୋଲାଯାଇଥିବା ଷ୍ଟୋର୍‌ରେ ହାଫେଲେ, କ୍ୟୁବା, ମାର୍ସଲସ୍‌, ଆଲଷ୍ଟୋନ୍‌, ଆଲଷ୍ଟ୍ରଙ୍ଗ, କଲିନ୍‌ସ, ଜୋନ୍‌, ହେଟିଚ୍‌, ଡୋର୍ମା, ୟୁରୋ ପ୍ରତିକ, ଗୋଦରେଜ୍‌ ଲକ୍‌ ଆଦି କଂପାନିର ସାମଗ୍ରୀ ଉପଲବ୍ଧ ହୋଇଛି। ଗ୍ରାହକମାନେ ଏହି ଷ୍ଟୋର୍‌ରୁ ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ହାର୍ଡଓୟାର ସାମଗ୍ରୀ ଖରିଦ କରିପାରିବେ। ଏଠାରେ ସମସ୍ତ ପ୍ରକାର ହାର୍ଡଓୟାର ଫିଟିଙ୍ଗସ୍‌, ଗ୍ଲାସ୍‌ ରେଲିଂ, ଓ୍ଵାଲ୍‌ପେପର୍‌ ଏବଂ ମଡ୍ୟୁଲାର୍‌ କିଚେନ୍‌ ସାମଗ୍ରୀ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe