ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ଏବେ ବ୍ୟାଙ୍କ ଗ୍ରାହକ, କାହାରିକୁ ଓଟିପି ନଦେବାକୁ ଷ୍ଟେଟ୍‌ ବ୍ୟାଙ୍କ୍‌ର ପରାମର୍ଶ

Advertisment
ସୁରକ୍ଷିତ ନୁହେଁ ସରକାରୀ ୱେବସାଇଟ୍‌, ହୋଇପାରେ ସାଇବର ଆକ୍ରମଣ

news.com.au

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ନିକଟରେ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ପରିଶୋଧ ଉପରେ ଗ୍ରାହକଙ୍କୁ ୩ ମାସର ମହଲତ ପ୍ରଦାନ କରିଛି। ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏହି ଅବସରରେ ସାଇବର ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଲୋକଙ୍କୁ ମାସିକ ଋଣ କିସ୍ତି (ଇଏମ୍‌ଆଇ) ମହଲତ ଦେବାକୁ କହି ସେମାନଙ୍କ ଫୋନକୁ ଯାଇଥିବା ଓଟିପି (ୱାନ୍‌ ଟାଇମ୍ ପାସୱାର୍ଡ) ମାଗୁଛନ୍ତି। ସଂପୃକ୍ତ ବ୍ୟକ୍ତିମାନେ ଏହି ଅପରାଧୀମାନଙ୍କୁ ଓଟିପି ଦେଇଦେବା ପରେ ଆକାଉଣ୍ଟରୁ ଏମାନେ ଟଙ୍କା ନେଇଯିବାକୁ ସକ୍ଷମ ହେଉଛନ୍ତି। ଏଭଳି ରିପୋର୍ଟ ଆସିବା ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସତର୍କ କରାଇ ଦିଆଯାଇଛି। କାହାରିକୁ ଓଟିପି ନଦେବା ପାଇଁ ବ୍ୟାଙ୍କ ପରାମର୍ଶ ଦେଇଛି। ସାଇବର ଅପରାଧୀମାନେ ଗ୍ରାହକଙ୍କୁ ଠକିବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛନ୍ତି। ତେଣୁ ଗ୍ରାହକମାନେ ଏସବୁ ଦିଗପ୍ରତି ସତର୍କ ରହିବାକୁ କୁହାଯାଇଛି। ଇଏମଆଇ ମହଲତକୁ କାର୍ଯ୍ୟକାରୀ କରିବା ପାଇଁ ଓଟିପିର କୌଣସି ଆବଶ୍ୟକତା ନାହିଁ। ତେଣୁ କୌଣସି ପରିସ୍ଥିତିରେ କାହାରିକୁ ଓଟିପି ନଦେବାକୁ କୁହାଯାଇଛି। ଇଏମଆଇ ସଂକ୍ରାନ୍ତରେ ଗ୍ରାହକଙ୍କୁ ଷ୍ଟେଟ ବ୍ୟାଙ୍କ ୩ଟି ବିକଳ୍ପ ଦେଉଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଗ୍ରାହକ ଚାହିଁଲେ ଇଏମଆଇ ପ୍ରଦାନ ଜାରି ରଖିପାରିବେ। ଦ୍ବିତୀୟ ବିକଳ୍ପ ହେଲା ବ୍ୟାଙ୍କକୁ ଆବେଦନ କରି ଇଏମଆଇ ଦାଖଲ ନକରିବା ପାଇଁ କହିପାରିବେ। ତୃତୀୟ ବିକଳ୍ପ ହେଲା ଇଏମଆଇ ଯଦି କଟି ଯାଇଥାଏ ତାହାକୁ ଫେରସ୍ତ ଆଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe