ବାତ୍ୟା ପ୍ରଭାବିତ ଗ୍ରାହକଙ୍କୁ ନିସାନର ସହାୟତା

Advertisment
ବାତ୍ୟା ପ୍ରଭାବିତ ଗ୍ରାହକଙ୍କୁ ନିସାନର ସହାୟତା

ଭୁବନେଶ୍ବର: ନିସାନ ଇଣ୍ଡିଆ ପକ୍ଷରୁ ଫନି ବାତ୍ୟା ଦ୍ବାରା ପ୍ରଭାବିତ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। କଟକ ଓ ଭୁବନେଶ୍ବରରେ କଂପାନିର ଏକ ସ୍ବତନ୍ତ୍ର ମରାମତି ଟିମ୍ ମୂତୟନ ହୋଇଛନ୍ତି। ଡିଲସିପ୍‌ଗୁଡ଼ିକରେ ଅତିରିକ୍ତ ତାଲିମପ୍ରାପ୍ତ ଶ୍ରମଶକ୍ତି ମୂତୟନ କରାଯାଇଛି। ମାଗଣାରେ ପ୍ରଭାବିତ ହୋଇଥିବା ଗାଡ଼ିଗୁଡ଼ିକୁ ଟାଣି ଟାଣି ଅଣାଯାଉଛି ଏବଂ ନିସାନର ବୈଷୟିକ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ମରାମତି କାର୍ଯ୍ୟ କରାଯାଉଛି। ନିସାନର ଗ୍ରାହକମାନେ ୧୮୦୦୨୦୯୩୪୫୬କୁ କଲ୍ ସହାୟତା ଲୋଡ଼ିପାରିବେ। କଂପାନିର ମହାପ୍ରବନ୍ଧକ ଅତୁଲ ଅଗ୍ରୱାଲ୍ କହିଛନ୍ତି ଯେ, ଏହି କଠିନ ସମୟରେ ଆମର ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା କାର୍ଯ୍ୟକୁ ଆମେ ତ୍ବରାନ୍ବିତ କରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe