ଡାବର ଚ୍ୟବନପ୍ରାସ୍‌ର ସଚେତନତା ଅଭିଯାନ

Advertisment
ଡାବର ଚ୍ୟବନପ୍ରାସ୍‌ର ସଚେତନତା ଅଭିଯାନ

ଭୁବନେଶ୍ବର : ଶୀତ ଋତୁରେ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଲୋକମାନଙ୍କୁ ଅବଗତ କରିବା ଲାଗି ଡାବର୍‌ ଚ୍ୟବନପ୍ରାସ ତରଫରୁ ମେଗା ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ବିଶେଷ କରି ସମାଜର ଉପେକ୍ଷୀତ ବର୍ଗର ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି କଂପାନି ପକ୍ଷରୁ କୁହାଯାଇଛି। ବରମୁଣ୍ଡାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୦ରୁ ଅଧିକ ପିଲାଙ୍କୁ ନେଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି। ସ୍ବାସ୍ଥ୍ୟ ପାଇଁ ସନ୍ତୁଳିତ ଆହାର ଓ ପରିମଳର ଗୁରୁତ୍ବ ବିଷୟରେ ଶିଶୁମାନଙ୍କୁ ଅବଗତ କରାଯାଇଛି। ଏହି ଅବସରରେ ଡାବର୍‌ ଇଣ୍ଡିଆର ଅଧିକାରୀ ଦୀନେଶ କୁମାର ଓ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲ୍‌ର ଡକ୍ଟର ପରମେଶ୍ବର ଅରୋରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe