‘ଡାଇକିନ୍‌’ର ୨୧୦ କୋଟି ବ୍ୟବସାୟ ଲକ୍ଷ୍ୟ: ରାଜ୍ୟରେ ବର୍ଷକୁ ୧୨୦୦ କୋଟିର ଏସି ବିକ୍ରି

Advertisment

ଡାଇକିନ୍ ଏୟାରକଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଚଳିତ ବର୍ଷ ଓଡ଼ିଶାରେ ୨୧୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନିର ବରିଷ୍ଠ ଉପସଭାପତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲଦୀପ ଭିର୍‌ମାନି କହିଛନ୍ତି।

ଡାଇକିନ୍ ଏୟାରକଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଚଳିତ ବର୍ଷ ଓଡ଼ିଶାରେ ୨୧୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନିର ବରିଷ୍ଠ ଉପସଭାପତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲଦୀପ ଭିର୍‌ମାନି କହିଛନ୍ତି।

dsdsdcd

ଭୁବନେଶ୍ବର: ଡାଇକିନ୍ ଏୟାରକଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ ଚଳିତ ବର୍ଷ ଓଡ଼ିଶାରେ ୨୧୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି ବୋଲି କମ୍ପାନିର ବରିଷ୍ଠ ଉପସଭାପତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲଦୀପ ଭିର୍‌ମାନି କହିଛନ୍ତି। କମ୍ପାନି ରାଜ୍ୟରେ ବ୍ୟବସାୟରେ ୩୦ ପ୍ରତିଶତ ବୃଦ୍ଧି ଆଶା କରୁଛି। ଚଳିତ ଗ୍ରୀଷ୍ମ ଋତୁ ପାଇଁ କମ୍ପାନିର ନୂଆ ଏସି ବର୍ଗମାଳାକୁ ଉନ୍ମୋଚନ କରି ସେ କହିଛନ୍ତି ଯେ ଗରମ ବଢ଼ିବା ସହ ଅଧିକରୁ ଅଧିକ ଘରେ ଏସି ପହଞ୍ଚିଛି। ଆଗାମୀ ୨-୩ ବର୍ଷରେ ଏସି ବଜାର ଦ୍ବିଗୁଣିତ ହେବା ସମ୍ଭାବନା ରହିଥିବା ସେ କହିଛନ୍ତି। ଏବେ ରାଜ୍ୟରେ ବର୍ଷକୁ ୨.୫- ୩ ଲକ୍ଷ ଏସି ବିକ୍ରି ହେଉଛି।

ଓଡ଼ିଶାରେ ବର୍ଷକୁ ୧୨୦୦ କୋଟି ଟଙ୍କାର ଏସି ବିକ୍ରି ହେଉଥିବା ବେଳେ ସେଥିରୁ ପ୍ରାୟ ୭୫୦ କୋଟି ଟଙ୍କାର ରୁମ୍‌ ଏସି ଓ ଅବଶି‌ଷ୍ଟ ୩୫୦-୪୦୦ କୋଟି ଟଙ୍କାର କମର୍ସିଆଲ୍ ଏସି ବିକ୍ରି ହେଉଛି। ସେହି ବଜାରରେ ଡାଇକିନ୍ ଅଗ୍ରଣୀ ଥିବା ଦାବି କରିଛି। ବର୍ତ୍ତମାନ ସମୟରେ ଲୋକମାନେ ଷ୍ଟାର୍‌ ରେଟିଂ ଥିବା ଏସି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଶ୍ରୀ ଭିରମାନି କହିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରେ କମ୍ପାନିର ଥିବା କାରଖାନାରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହୋଇଛି। କମ୍ପାନିର ବ୍ୟବସାୟ ସମ୍ପ୍ରସାରଣ ଓ ଅଭିବୃଦ୍ଧିରେ ତାହା ବିଶେଷ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ୨୦୨୫-୨୬ ସୁଦ୍ଧା ଓଡ଼ିଶା ଏସି ବଜାରର ୧୮ ପ୍ରତିଶତ ଅଂଶ ହାସଲ କରିବା ପାଇଁ ମାର୍କେଟିଂ ଓ ପ୍ରଚାରପ୍ରସାରରେ ଉଲ୍ଲେଖନୀୟ ନିବେଶ କରିବାକୁ କମ୍ପାନି ଯୋଜନା ରଖିଛି। ଏହି ଅବସରରେ କମ୍ପାନିର ଆଞ୍ଚଳିକ ଉପସଭାପତି (ପୂର୍ବାଞ୍ଚଳ) କୁନାଲ ବାସୁ ଓ ବ୍ୟବସାୟ ପ୍ରବନ୍ଧକ (ଓଡ଼ିଶା) ସତ୍ୟକେତନ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe