ଦଲାଲ୍‌ ଷ୍ଟ୍ରିଟ୍‌ରେ ଟ୍ରମ୍ପ୍‌ ବିଜୟ ଉତ୍ସବ: ସେନ୍‌ସେକ୍ସ ୯୦୧ ପଏଣ୍ଟ ବଢ଼ିଲା

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ଭାରତୀୟ ଷ୍ଟକ୍ ବଜାର ନିବେଶକମାନେ ଖୁସି ହୋଇଯାଇଛନ୍ତି। ସେମାନେ ବିଭିନ୍ନ କମ୍ପାନିର ସେୟାରରେ ନିବେଶ କରିବାରୁ ଛଅ ସପ୍ତାହ ପରେ ବମ୍ବେ ଷ୍ଟକ୍ ଏକ୍ସ‌ଚେଞ୍ଜର ସେନ୍‌ସେକ୍ସରେ ସର୍ବବୃହତ ଦିନିକିଆ ବୃଦ୍ଧି ଘଟିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ଭାରତୀୟ ଷ୍ଟକ୍ ବଜାର ନିବେଶକମାନେ ଖୁସି ହୋଇଯାଇଛନ୍ତି। ସେମାନେ ବିଭିନ୍ନ କମ୍ପାନିର ସେୟାରରେ ନିବେଶ କରିବାରୁ ଛଅ ସପ୍ତାହ ପରେ ବମ୍ବେ ଷ୍ଟକ୍ ଏକ୍ସ‌ଚେଞ୍ଜର ସେନ୍‌ସେକ୍ସରେ ସର୍ବବୃହତ ଦିନିକିଆ ବୃଦ୍ଧି ଘଟିଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ଭାରତୀୟ ଷ୍ଟକ୍ ବଜାର ନିବେଶକମାନେ ଖୁସି ହୋଇଯାଇଛନ୍ତି। ସେମାନେ ବିଭିନ୍ନ କମ୍ପାନିର ସେୟାରରେ ନିବେଶ କରିବାରୁ ଛଅ ସପ୍ତାହ ପରେ ବମ୍ବେ ଷ୍ଟକ୍ ଏକ୍ସ‌ଚେଞ୍ଜର ସେନ୍‌ସେକ୍ସରେ ସର୍ବବୃହତ ଦିନିକିଆ ବୃଦ୍ଧି ଘଟିଛି। ଆଜି ସେନ୍‌ସେକ୍ସ ୯୦୧ ପଏଣ୍ଟ ବୃଦ୍ଧି ପାଇ ୮୦,୩୭୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୭୦ ପଏଣ୍ଟ ବୃଦ୍ଧି ପାଇ  ୨୪,୪୮୪ ପଏଣ୍ଟରେ ବନ୍ଦ ହୋଇଛି। ଯେଉଁ ୩୦ଟି କମ୍ପାନିକୁ ନେଇ ସେନ୍‌ସେକ୍ସ ଗଠିତ ସେଥିରୁ ୨୫ଟି କମ୍ପାନିର ସେୟାର ମୂଲ୍ୟ ବଢ଼ିଥିବା ବେ‌ଳେ ୫ଟିର ହ୍ରାସ ପାଇଛି। ସେହିପରି ନିଫ୍‌ଟିରେ ଥିବା ୫୦ଟି କମ୍ପାନିର ସେୟାର ମଧ୍ୟରୁ ୪୧ଟି ମୂଲ୍ୟ ବଢ଼ିଥିବା ବେଳେ ୯ଟିର ହ୍ରାସ ପାଇଛି। ପ୍ରାୟ ସବୁ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଆଜି ବଢ଼ିଥିବା ବେଳେ ଆଇଟି କ୍ଷେତ୍ର ସର୍ବାଧିକ ୪ ପ୍ରତିଶତରୁ ଅଧିକ ବୃଦ୍ଧି ହାସଲ କରିଛି।

ସେନ୍‌ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଫାଇଦା ପାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିଫ୍‌ଟିରେ ଜେବିଇଏଲ୍, ଆଦାନି ଏଣ୍ଟରପ୍ରାଇଜେସ୍‌ ଓ ଟିସିଏସ୍‌ ସେୟାର ମୂଲ୍ୟ ବଢ଼ିଥିବା ବେଳେ ଏସ୍‌ବିଆଇ ଲାଇଫ୍, ଟାଇଟାନ୍ ଓ ଏଚ୍‌ଡିଏଫ୍‌ସି ଲାଇଫ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ଆଜି ଏସିଆ ମହାଦେଶରେ ଜାପାନ ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିଥିବା ବେଳେ କୋରିଆ ଓ ଚୀନ୍ ବଜାର ହ୍ରାସ ସହ ବନ୍ଦ ହୋଇଛି। ଆମେରିକାର ତିନି ସୂଚକାଙ୍କ ଡାଓ ଜୋନ୍‌ସ, ଏସ୍‌ଆଣ୍ଡପି ୫୦୦ ଓ ନାସ୍‌ଦାକ୍ ବୃଦ୍ଧି ସହ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe