ଓଡ଼ିଶା ବଜାରରେ ‘ଡାଲ୍‌ମିଆ ଇଭି’ : ବିଭିନ୍ନ ମଡେଲର ବାଇକ, ସ୍କୁଟର ଓ ଇ-ରିକ୍ସା ଆସିଲା

Advertisment
ଓଡ଼ିଶା ବଜାରରେ ‘ଡାଲ୍‌ମିଆ ଇଭି’ : ବିଭିନ୍ନ ମଡେଲର ବାଇକ, ସ୍କୁଟର ଓ ଇ-ରିକ୍ସା ଆସିଲା

ଭୁବନେଶ୍ବର: ଉତ୍ତରପ୍ରଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଡାଲ୍‌ମିଆ ଇଭି ଓଡ଼ିଶା ବଜାରରେ ପ୍ରବେଶ କରିବା ସହ ଏହାର ଇ-ଯାନଗୁଡ଼ିକୁ ଉନ୍ମୋଚନ କରିଛି। ବୁଧବାର ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଉପସ୍ଥିତିରେ ଏହାର ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛି। ଏହି ଅବସରରେ କଂପାନିର ଅଧ୍ୟକ୍ଷ ସଞ୍ଜୟ ଡାଲମିଆ, ସିଇଓ ବିକାଶ ଆନନ୍ଦ, ଜଗଦ୍ଦୀଶ ଟେକ୍‌ନୋ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜଗଦ୍ଦୀଶ ସାମଲ ଉପସ୍ଥିତ ଥିଲେ।

ଡାଲ୍‌ମିଆ ଇଭି ପକ୍ଷରୁ ଆଜି ଇ-ବାଇକ୍ ବିମର୍‌, ପାଞ୍ଚଟି ଇ-ସ୍କୁଟର ମଡେଲ୍‌ ସ୍କାଏହକ୍, ଇସ୍କାଉଟ୍‌, ମ୍ୟାକ୍‌ଫ୍ଲାଏ, ଇୱନ୍ ଓ ମ୍ୟାକ୍‌ଏୟାର, ଇ-ସାଇକଲ୍‌ ସ୍ପାର୍କ, ଇ-ରିକ୍ସା ଇ୨୦ ସୁପର, ମାଲବାହୀ ଇ-ରିକ୍ସା ଛୋଟା ଭିମ୍‌ର ବଜାର ପ୍ରବେଶ କରାଯାଇଛି। ରାଜ୍ୟରେ ଥିବା ୧୬ଟି ସ୍ବତନ୍ତ୍ର ସୋ’ରୁମ୍ ଜରିଆରେ ସେଗୁଡ଼ିକୁ ବିକ୍ରି କରାଯିବ। ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ପ୍ରମୁଖ ସହରରେ କଂପାନି ଏହାର ଉପସ୍ଥିତି ଜାହିର କରିବ। କଂପାନିର ମାଲବାହୀ ଇ-ରିକ୍ସା ଛୋଟା ଭିମ୍‌କୁ ଥରେ ଚାର୍ଜ କଲେ ତାହା ୧୦୦ କିମି ଯାତ୍ରା କରିବ। ତାହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୪୫ କିମି। କଂପାନି ୨୦୨୩ ଜାନୁଆରିଠାରୁ ଏହାର ଉତ୍ପାଦଗୁଡ଼ିକର ଉତ୍ପାଦନ ଆରମ୍ଭ କରିଥିବା ବେଳେ ଗ୍ରାହକ ଚାହିଦା ପୂରଣ କରିବା ଲାଗି ତାହାକୁ ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe