Image Courtesy of Zee Business
ନୂଆଦିଲ୍ଲୀ : ଟିକସଦାତାଙ୍କ ଲାଗି ୨୦୧୯-୨୦ ଆର୍ଥିକ ବର୍ଷର ରିଟର୍ଣ୍ଣ ଫାଇଲ୍ କରିବା ସମୟସୀମା ଆଉ ଏକ ମାସ ବଢ଼ାଇ ଦିଆଯାଇଥିବା କଥା ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛି । ୨୦୨୦ ଡିସେମ୍ବର ୩୧କୁ ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ଏଥିସହ, ଟ୍ୟାକ୍ସ୍ ଅଡିଟ୍ ରିପୋର୍ଟ ଏବଂ ଅର୍ନ୍ତରାଷ୍ଟ୍ରୀୟ କିଂବା ନିର୍ଦ୍ଧାରିତ ଘରୋଇ କାରବାର ସମ୍ବନ୍ଧୀୟ ରିପୋର୍ଟ ସମେତ ଅଡିଟ୍ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସ୍’ (ସିବିଡିଟି) କହିଛି। ‘ସିବିଡିଟି’ ଆହୁରି ମଧ୍ୟ କହିଛି ଯେ, ଯେଉଁମାନଙ୍କର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ସେଲ୍ଫ୍-ଆସେସ୍ମେଣ୍ଟ୍ ଟ୍ୟାକ୍ସ୍ ଲାଏବିଲିଟି’ ରହିଛି ସେମାନଙ୍କ ‘ସେଲ୍ଫ୍-ଆସେସ୍ମେଣ୍ଟ୍ ଟ୍ୟାକ୍ସ୍’ ପୈଠ ତାରିଖ ମଧ୍ୟ ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Image Courtesy of Outlook Indiaଏକ ବିବୃତିରେ ‘ସିବିଡିଟି’ କହିଛି ଯେ, ଯେଉଁ ଟିକସଦାତାମାନଙ୍କର ଆକାଉଣ୍ଟ୍ ଅଡିଟ୍ କରାଯିବା ଆବଶ୍ୟକ, ସେମାନଙ୍କ ପାଇଁ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ ନିମନ୍ତେ ଶେଷ ତାରିଖ ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
Follow Us