‘ସେବି’ ଅଧ୍ୟକ୍ଷ ପଦ ଦୌଡ଼ରେ ଦେବାଶିଷ ପଣ୍ଡା, ଇଞ୍ଜେଟି ଶ୍ରୀନିବାସ

Advertisment
‘ସେବି’ ଅଧ୍ୟକ୍ଷ ପଦ ଦୌଡ଼ରେ ଦେବାଶିଷ ପଣ୍ଡା, ଇଞ୍ଜେଟି ଶ୍ରୀନିବାସ

ନୂଆଦିଲ୍ଲୀ: ପୁଞ୍ଜି ବଜାର କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନୂଆ ଅଧ୍ୟକ୍ଷ ପଦ ଦୌଡ଼ରେ ଓଡ଼ିଶା ସହ ସମ୍ପର୍କ ଥିବା ଦୁଇ ଜଣ ଅଧିକାରୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଦେବାଶିଷ ପଣ୍ଡା ଓ ଇଞ୍ଜେଟି ଶ୍ରୀନିବାସ। ୧୯୮୩ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ର ଆଇଏଏସ୍ ଅଧିକାରୀ ଶ୍ରୀନିବାସ ଏବେ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଣ୍ଟର୍ସ ଅଥରିଟି (ଆଇଏଫ୍ଏସ୍‌ସିଏ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ସେ କର୍ପୋରେଟ୍ ବ୍ୟାପାର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଓଡ଼ିଶାରେ ଜନ୍ମିତ ପୂର୍ବତନ ଅର୍ଥ ସଚିବ ଦେବାଶିଷ ପଣ୍ଡାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ଶ୍ରୀ ପଣ୍ଡା ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe