ଋଣ ଠକେଇ ଅଭିଯୁକ୍ତ ସନ୍ଦସେରା ଭ୍ରାତା ନାଇଜେରିଆର ତୈଳ ସମ୍ରାଟ

Advertisment
ଋଣ ଠକେଇ ଅଭିଯୁକ୍ତ ସନ୍ଦସେରା ଭ୍ରାତା ନାଇଜେରିଆର ତୈଳ ସମ୍ରାଟ

Bloomberg.com

ନୂଆଦିଲ୍ଲୀ : ଭାରତରେ ଋଣ ଠକେଇ କରି ନାଇଜେରିଆ ପଳାୟନ କରିଥିବା ସନ୍ଦସେରା ଭ୍ରାତ୍ରା ସେଠାରେ ବ୍ୟବସାୟ ସାମ୍ରାଜ୍ୟ ସ୍ଥାପନ କରି ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି। ନାଇଜେରିଆର ନବନିର୍ବାଚିତ ରାଷ୍ଟ୍ରପତି ବୋଲା ଟିନୁବୁ ହାଇଡ୍ରୋକାର୍ବନ କ୍ଷେତ୍ରକୁ ନେଇ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଲକ୍ଷ୍ୟ ହାସଲ କରିବାରେ ଦୁଇ ଭାଇ ନିତୀନ ଓ ଚେତନ ସନ୍ଦସେରା ପ୍ରମୁଖ ଭୂମିକା ନିବାହ କରିବେ। ସନ୍ଧାନ କରାଯାଇଥିବା ହାଇଡ୍ରୋକାର୍ବନ କ୍ଷେତ୍ରରେ ଡ୍ରିଲିଂ କରିବା ଦାୟିତ୍ବ ସନ୍ଦସେରା ଭ୍ରାତାଙ୍କ କଂପାନିକୁ ଦିଆଯାଇଛି। ନାଇଜେରିଆ ସରକାରଙ୍କ ସହ ସନ୍ଦସେରାଙ୍କ ବହୁତ ଭଲ ସମ୍ପର୍କ ରହିଛି।

ଭାରତରେ ‌ହୋଇଥିବା ଠକେଇକୁ ସରକାର ସେଠାରେ ଗୁରୁତ୍ବ ଦେଉନାହାନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଦୁଇ ଭାଇଙ୍କୁ ଭାରତରେ ହଇରାଣ କରାଯାଉଛି ବୋଲି ନାଇଜେରିଆ ସରକାର ଭାବୁଛନ୍ତି। ଭାରତରେ ବିଭିନ୍ପ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ସନ୍ଦସେରା ଭ୍ରାତାଙ୍କ ନାମରେ ରହିଛି। ଷ୍ଟର୍ଲିଂ ବାୟୋଟେକ୍ ନାମକ ସଂସ୍ଥା ଗଠନ କରି ସେମାନେ ଏହି ଠକେଇ କରିଥିଲେ। ଗୁଜରାଟର ଏହି ବ୍ୟବସାୟୀ ୨୦୧୭ରେ ଭାରତରୁ ପଳାୟନ କରିଥିଲେ। ନାଇଜେରିଆର ତୈଳ ଶିଳ୍ପରେ ଦୀର୍ଘ ୨୦ ବର୍ଷ ଧରି ସେମାନେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe