ଭୁବନେଶ୍ୱରରେ ଡିଜେଲ ୭୩ ଟଙ୍କା ଟପିଲା

Advertisment
ଭୁବନେଶ୍ୱରରେ ଡିଜେଲ ୭୩ ଟଙ୍କା ଟପିଲା

ଭୁବନେଶ୍ୱର: କ୍ରମାଗତ ୬ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ଏଥିଯୋଗୁଁ ଭୁବନେଶ୍ୱରରେ କିଛିଦିନର ବ୍ୟବଧାନ ପରେ ଡିଜେଲ ଦର ମଙ୍ଗଳବାର ସକାଳୁ ପୁଣି ୭୩ ଟଙ୍କା ଟପିଯାଇଛି। ସୋମବାର ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଡିଜେଲ ଦର ୭୨ ଟଙ୍କା ୯୭ ପଇସା ଥିବାବେଳେ ମଙ୍ଗଳବାର ଏହା ୭୩ ଟଙ୍କା ୧୪ ପଇସାରେ ପହଞ୍ଚି ଯାଇଛି। ଗତ ୬ ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ୮୨ ପଇସା ବଢ଼ିଲାଣି। ଡିଜେଲ ଭଳି ଭୁବନେଶ୍ୱରରେ ସୋମବାର ତୁଳନାରେ ମଙ୍ଗଳବାର ଲିଟର ପିଛା ପେଟ୍ରୋଲ ଦର ୧୭ ପଇସା ବୃଦ୍ଧି ଘଟିଛି। ଫଳରେ ପେଟ୍ରୋଲ ଦର ୭୫ ଟଙ୍କା ୩୫ ପଇସାରେ ପହଞ୍ଚି ଯାଇଛି। ଗତ ୪ ତାରିଖରେ ପେଟ୍ରୋଲ ଦର ୭୪ ଟଙ୍କା ୩୮ ପଇସା ରହିଥିବାବେଳେ ୧୦ ତାରିଖ ସୁଦ୍ଧା ଲିଟର ପିଛା ଦରରେ ୯୭ ପଇସା ବୃଦ୍ଧି ଘଟି ସାରିଲାଣି। ତେବେ ଗତ ମେ ମାସ ୨୯ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ରେକର୍ଡ ୭୭ ଟଙ୍କା ୨୩ ପଇସା ଏବଂ ୭୪ ଟଙ୍କା ୩୦ ପଇସାରେ ପହଞ୍ଚିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହେବା ଯୋଗୁଁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe