ନୂଆଦିଲ୍ଲୀ: ୧୬ତମ ଆନ୍ତର୍ଜାତିକ ଏନର୍ଜି ଫୋରମ୍ର ମନ୍ତ୍ରୀସ୍ତରୀୟ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ବର୍ତମାନ ଦେଶର ତୈଳ ଓ ଗ୍ୟାସ ଆବଶ୍ୟକତା ବାର୍ଷିକ ୨୨୯ ନିୟୁତ ଟନ୍ ରହିଛି। ୨୦୪୦ ସୁଦ୍ଧା ଏହା ୬୦୭ ନିୟୁତ ଟନ୍ରେ ପହଞ୍ଚିବ। ତେଣୁ ଭାରତ ସବୁବେଳେ ତର୍କସଂଗତ ଓ ଦାୟିତ୍ୱ ସମ୍ପନ୍ନ ମୂଲ୍ୟ ନିର୍ଧାରଣ ଉପରେ ଗୁରୁତ୍ୱ ଦେଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି ୩ ଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ସମ୍ମିଳନୀରେ ୪୨ଟି ଶକ୍ତି ଉତ୍ପାଦନ ଓ ବ୍ୟବହାରକାରୀ ଦେଶର ଶକ୍ତି ମନ୍ତ୍ରୀ, ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ତଥା ଏହି କ୍ଷେତ୍ରର ନେତୃବର୍ଗଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶକ୍ତି ବ୍ୟବହାର ୪.୨ ପ୍ରତିଶତ ତହାରରେ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ। ତେଣୁ ଭାରତ ଆଗାମୀ ଦିନରେ ବିଶ୍ୱ ଶକ୍ତି ଚାହିଦା ଦିଗରେ ମୁଖ୍ୟ ଚାଳକ ହେବ।
ଦିଲ୍ଲୀରେ ଆନ୍ତର୍ଜାତିକ ଏନର୍ଜି ଫୋରମ୍ ମନ୍ତ୍ରୀସ୍ତରୀୟ ବୈଠକ
Advertisment
Follow Us