ଏଚଡି ସିଷ୍ଟମ, ଓ୍ଵାଇଫାଇ ସୁବିଧା ଓ ସ୍ୱୟଂ ଚାଳିତ ଡୋର ସହିତ ଦିଲ୍ଲୀ-କାଠଗୋଦାମ ଟ୍ରେନ୍‌ର ହେଲା ଶୁଭାରମ୍ଭ

Advertisment
ଏଚଡି ସିଷ୍ଟମ, ଓ୍ଵାଇଫାଇ ସୁବିଧା ଓ ସ୍ୱୟଂ ଚାଳିତ ଡୋର ସହିତ ଦିଲ୍ଲୀ-କାଠଗୋଦାମ ଟ୍ରେନ୍‌ର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ବହୁପ୍ରତିକ୍ଷୀତ ‘ସ୍ୱର୍ଣ୍ଣ ଯୋଜନା’ର ଶୁଭାରମ୍ଭ ସୋମବାର କରିଛି। ଏହି ଯୋଜନା ଜରିଆରେ ପ୍ରଥମ ଟ୍ରେନ୍‌ ନୂଆଦିଲ୍ଲୀରୁ କାଠଗୋଦାମ ମଧ୍ୟରେ ଯାତ୍ରା କରୁଥିବା ନୂଆଦିଲ୍ଲୀ-କାଠଗୋଦାମ ଶତାବ୍ଦୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି। ସ୍ୱର୍ଣ୍ଣ ଯୋଜନାରେ ଟ୍ରେନ୍‌ରେ ଯାତ୍ରୀ ବିମାନ ଭଳି ସୁବିଧା ପାଇ ପାରିବେ। ଏହି ଟ୍ରେନ୍‌ମାନଙ୍କରେ ତିନିଟି ପର୍ଯ୍ୟାୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ସଫାସୁତୁରା, ଦ୍ୱିତୀୟ ଯାତ୍ରୀଙ୍କ ମନୋରଞ୍ଜନ ଓ ତୃତୀୟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା  ।

ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ରେଳବାଇର ୩୦ଟି ପ୍ରିମୟମ୍ ଟ୍ରେନ୍‌ ଅାରମ୍ଭ ଅାରମ୍ଭ କରିଥିଲେ। ଏଥିରେ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ ସାମିଲ ରହିଛି। ୧୫ଟି ରାଜଧାନୀ ଓ ୧୫ଟି ଶତାବ୍ଦୀ ଏକ୍ସପ୍ରେସରେ ସ୍ୱର୍ଣ୍ଣ ଯୋଜନା ପାଇଁ ୨୫କୋଟି ଟଙ୍କା ବିନିଯୋଗ ହୋଇଛି। ଏହି ଟ୍ରେନ୍‌ମାନଙ୍କରେ ଯାତ୍ରୀମାନେ ଯାତ୍ରା ସମୟରେ ବିମାନ ଭଳି ସୁବିଧାସୁଯୋଗ ପାଇ ପାରିବେ। ଉନ୍ନତ ଧରଣର କେଟରିଂ ସୁବିଧା ସହ କୋଚରେ ଭିତର ପାର୍ଶ୍ୱରେ ସଫସୁତୁରା, ବିମାନ ଭିତରେ ଥିବା ଶୌଚାଳୟ ଭିତରକୁ ଗଲେ ଯେପରି ଡୋର ଅପଣାଛାଏଁ ବନ୍ଦ ହୋଇଯାଏ, ଟ୍ରେନ୍‌ରେ ସେଭଳି ସୁବିଧା ଖଞ୍ଜା ଯାଇଛି।

publive-image

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ସହିତ ହେଉଥିବା ଚୋରି, ଡକାୟତି ମାମଲାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଏଥିପାଇଁ ଟ୍ରେନ୍‌ରେ ସିସିଟିଭି ସହିତ ଆରପିଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଛି। ସମୟାନୁବର୍ତ୍ତତା ଦୃଷ୍ଟିରୁ ମଧ୍ୟ ଏହି ଟ୍ରେନ୍‌କୁ ସାମିଲ କରାଯାଇଛି। ଦୃଷ୍ଟିହୀନ ଲୋକଙ୍କ ପାଇଁ ବିଶେଷ ସୁବିଧା ଏହି ଟ୍ରେନ୍‌ରେ ରହିଛି । ସିଟ ନମ୍ବରଗୁଡ଼ିକ ଓ ଶୌଚାଳୟ ସୂଚନାକୁ ବ୍ରେଲ ଲିପିରେ ଲେଖାଯାଇଛି।

publive-image

ଏଥିସହିତ ଯାତ୍ରୀ ଟ୍ରେନ୍‌ ଭିତରେ ଏଚଡି ସିଷ୍ଟମ ସହିତ ଓ୍ଵାଇଫାଇ ସୁବିଧା ପାଇ ପାରିବେ। ଶତାବ୍ଦୀରେ ଏଯାବତ୍‌ କେବଳ ଖବର କାଗଜ ମିଳିଥିବାର ସୁବିଧା ଥିଲା, ଏବେ ଯାତ୍ରୀଙ୍କ ଯାତ୍ରା ସମୟରେ ମନରୋଞ୍ଜନର ପାଇଁ ଖାସ୍‌ ଧ୍ୟାନ ଦିଆଯାଇଛି। କେବଳ ଏତିିକି ନୁହେଁ, ଟ୍ରେନ୍‌ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ବ୍ୟବସ୍ଥା ବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe