ଦିଲ୍ଲୀରେ ଲିଟର୍‌ପିଛା ୮ ଟଙ୍କା ହ୍ରାସ ପାଇଲା ପେଟ୍ରୋଲ୍‌ ଦର

Advertisment
ଦିଲ୍ଲୀରେ ଲିଟର୍‌ପିଛା ୮ ଟଙ୍କା ହ୍ରାସ ପାଇଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସରକାର ପେଟ୍ରୋଲ୍‌ ଉପରେ ଲାଗୁ କରାଯାଉଥିବା ‘ଭାଟ୍‌’କୁ ୩୦% ରୁ ୧୯.୪୦%କୁ କମାଇ ଦେଇଛନ୍ତି। ‘ଭାଟ୍‌’ ହ୍ରାସ ହେବା ପରେ ଜାତୀୟ ରାଜଧାନୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଦର ୮ ଟଙ୍କା ହ୍ରାସ ପାଇବ। ଆଜି ମଧ୍ୟରାତ୍ରରୁ ଏହି ନୂତନ ମୂଲ୍ୟ ଲାଗୁ କରାଯିବ।

ଉଲ୍ଲେଖଯୋଗ୍ୟ, କ୍ରମାଗତ ୨୭ ଦିନ ଧରି ଇନ୍ଧନ ଦର ଅପରିବର୍ତ୍ତିତ ରହିଆସିଥିଲା। ରେକର୍ଡସ୍ତରରେ ଥିବା ମୂଲ୍ୟକୁ ସାମାନ୍ୟ ହ୍ରାସ କରିବା ପାଇଁ ପୂର୍ବରୁ ନଭେମ୍ବର ୪ ତାରିଖ ଦିନ ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।

‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୩.୯୭ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଦର ଟ. ୮୬.୬୭ରେ ରହିଛି। ସେହିପରି, ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ.୧୦୯.୯୮ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୯୪.୧୪ ବିକ୍ରୟ ହେଉଛି।

publive-image Image Courtesy of India.com

ସୂଚନାଯୋଗ୍ୟ, ମେଟ୍ରୋ ସିଟିମାନଙ୍କ ମଧ୍ୟରୁ ମୁମ୍ବାଇରେ ଇନ୍ଧନ ଦର ସର୍ବାଧିକ ରହୁଛି। ‘ଭାଟ୍‌’ କାରଣରୁ ରାଜ୍ୟମାନଙ୍କରେ ଇନ୍ଧନ ଦରରେ ତାରତମ୍ୟ ରହୁଛି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟକୁ ଆଧାର କରି ‘ଇଣ୍ଡିଆନ୍‌ ଅଏଲ୍‌’, ‘ଭାରତ ପେଟ୍ରୋଲିୟମ୍‌’ ଏବଂ ‘ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌’ ଭଳି ରାଷ୍ଟ୍ରାୟତ ତୈଳ ଶୋଧନାଗାର ଦୈନନ୍ଦିନ ଇନ୍ଧନ ଦର ସଂଶୋଧନ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe