୬୪୯ଟି ହେଡ କନେଷ୍ଟବଳ ପଦ ପୂୂରଣ ପାଇଁ ଦିଲ୍ଲୀ ପୁଲିସ ଜାରି କଲା ବିଜ୍ଞପ୍ତି

Advertisment
୬୪୯ଟି ହେଡ କନେଷ୍ଟବଳ ପଦ ପୂୂରଣ ପାଇଁ ଦିଲ୍ଲୀ ପୁଲିସ ଜାରି କଲା ବିଜ୍ଞପ୍ତି

zeenews

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସରେ କାମ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦିଲ୍ଲୀ ପୁଲିସ ଖାଲି ଥିବା ୬୪୯ଟି ପଦ ପାଇଁ ଭର୍ତ୍ତିର ବିଜ୍ଞପ୍ତି ଜାରି କରିଛି।

ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ଭର୍ତ୍ତି -୨୦୨୦ ବିଜ୍ଞପ୍ତି ଅନୁସାରେ, ଏହି ଖାଲି ଥିବା ପଦ ପାଇଁ ଅନଲାଇନ୍‌ ରେଜିଷ୍ଟ୍ରେସନ୍‌ ୨୦୨୦ ଜାନୁଆରି ୨୭ ପର୍ଯ୍ୟନ୍ତ ଜାରି ରହିବ। ଏହି ପଦରେ ଚାକିରି  କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରି ପାରିବେ। ଦିଲ୍ଲୀ ପୁଲିସର ୬୪୯ଟି ହେଡ କନେଷ୍ଟବଳ -୨୦୨୦ ପାଇଁ ଆପଣ ୨୦୧୯ ଡିସେମ୍ବର ୨୮ରୁ ଆବେଦନ କରି ପାରିବେ।

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା; ବିଜ୍ଞାନ ଓ ଗଣିତ ବିଷୟରେ ବିଶେଷ ଜ୍ଞାନ ଥିବା ସହିତ ମାନ୍ୟତାପ୍ରାପ୍ତ ବୋର୍ଡରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ।

ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ବର୍ଷ ଥିବା ଆବଶ୍ୟକ। ସେହିପରି ଅନୁସୂଚିତ ଜାତି ଓ ଜନଜାତି(ଓବିସି-ଏସଟି), କ୍ରୀଡାବିତ୍‌, ବିଧବା ଓ ଛାଡପତ୍ର ପାଇଥିବା ମହିଳାଙ୍କ ପାଇଁ ଆବେଦନ ନେଇ କୌଣସି ଉପଯୁକ୍ତ ବୟସ ଧାର୍ଯ୍ୟ କରାଯାଇ ନାହିଁ। ଆବେଦନକାରୀଙ୍କ ଚୟନ ପ୍ରକ୍ରିୟାରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଶାରୀରିକ ପରୀକ୍ଷା ଓ ଟ୍ରେଡ ଟେଷ୍ଟ ଆଦି ସାମିଲ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe