ହୋଣ୍ଡା ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

Advertisment

ପିଜିଏଲ୍‌ ହୋଣ୍ଡାର ଡିଜିଟାଲ୍‌ ସୋ’ରୁମ୍ ଆରମ୍ଭ

ପିଜିଏଲ୍‌ ହୋଣ୍ଡାର ଡିଜିଟାଲ୍‌ ସୋ’ରୁମ୍ ଆରମ୍ଭ

ହୋଣ୍ଡା ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

ଭୁବନେଶ୍ବର: କଟକ ରୋଡ୍‌ ସ୍ଥିତି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍ଏମ୍ଏସ୍‌ଆଇ)ର ଡିଲର୍‌ସିପ୍ ଗୁଗ୍‌ନାନୀ ହୋଣ୍ଡାରୁ ନୂଆ ବାଇକ୍ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା କଂପାନିର ସଭାପତି ଓ ସିଇଓ ଆତ୍‌ସୁସି ଓଗାତା ବାଇକ୍‌ର ପ୍ରଥମ ଗ୍ରାହକଙ୍କୁ ଚାବି ପ୍ରଦାନ କରିଛନ୍ତି। ଶ୍ରୀ ଓଗାତା ଆଜି ହକି ଅଲିମ୍ପିଆନ୍ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ସେ ୨ଟି ହୋଣ୍ଡା ଆକ୍ଟିଭା ସ୍କୁଟର ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌ଆଇର ନିର୍ଦେଶକ ମାସା ନୋରି କିଟୋସାନ, ଅପରେସନ ହେଡ୍‌ ଯୋଗେସ ମାଥୁର, ଉପ ସଭାପତି ପି ରାଜାଗୋପୀ ଏବଂ ଗୁଗୁନାନୀ ହୋଣ୍ଡାର ନିର୍ଦେଶକ ଶତପାଲ୍ ଗୁଗ୍‌ନାନୀ ଓ ରାଜନ୍ ଗୁଗ୍‌ନାନୀ ଉପସ୍ଥିତ ଥିଲେ।

ଆଜି ଅପରାହ୍ନରେ ପିଜିଏଲ୍‌ ହୋଣ୍ଡାର ୱେବସାଇଟ୍‌ ଓ ଡିଜିଟାଲ୍ ସୋ’ରୁମ୍‌ www.pglhonda.comକୁ ମଧ୍ୟ ଶ୍ରୀ ଓଗାତା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ସିବି୨୦୦ଏକ୍ସର ଗ୍ରାହକଙ୍କୁ ଗାଡ଼ି ଚାବି ହସ୍ତାନ୍ତର କରିଥିଲେ। ଏହି ଅବସରରେ ପିଜିଏଲ୍‌ ହୋଣ୍ଡାର ଏମ୍‌ଡି ଓ ସିଇଓ କମଳ ସୀତାରାମ ଅଗ୍ରୱାଲ୍ କହିଛନ୍ତି ଯେ ଗ୍ରାହକମାନେ ଘରେ ସୁରକ୍ଷିତ ରହି ଏହି ୱେବସାଇଟ୍‌ ଜରିଆରେ ହୋଣ୍ଡାର ବିଭିନ୍ନ ଉତ୍ପାଦ ବିଷୟରେ ଜାଣିପାରିବେ ଓ କିଣିବା ଲାଗି ବରାଦ ଦେଇପାରିବେ। ଏହା ବ୍ୟତୀତ ଗ୍ରାହକମାନେ ସର୍ଭିସ୍‌ ପାଇଁ ବୁକିଂ କରିପାରିବେ ଓ ହୋଣ୍ଡାର ବିଭିନ୍ନ ସାମଗ୍ରୀ, ଆକ୍‌ସେସୋରିଜ୍, ବର୍ଦ୍ଧିତ ୱାରେଣ୍ଟି ଆଦି କିଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe