‘ଡେଲ୍‌’ରେ ୧୨୫୦୦ କର୍ମଚାରୀ ଛଟେଇ: ଏଆଇ ଉପରେ ଧ୍ୟାନ ଦେବ

Advertisment
ଡେଲ୍‌ ୬,୬୫୦ କର୍ମଚାରୀ  ଛଟେଇ କରିବ

Business Today

ନୂଆଦିଲ୍ଲୀ: କମ୍ପ୍ୟୁଟର ଓ ଲାପ୍‌ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍‌ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ନିକଟରେ ଚିପ୍ ନିର୍ମାତା ଇଣ୍ଟେଲ୍‌ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ବିଶ୍ବ ପ୍ରଯୁକ୍ତି ଦୁନିଆରେ ଚଳିତ ବର୍ଷ ଏକ ଲକ୍ଷ ୩୫ ହଜାରରୁ ଅଧିକ କର୍ମଚାରୀଙ୍କ ‌ଛଟେଇ ହୋଇସାରିଲାଣି। କେବଳ ଜୁଲାଇ ମାସରେ ୮୦୦୦ କର୍ମଚାରୀ ଛଟେଇ ହୋଇଥିଲା। ଅବଶ୍ୟ, ଛଟେଇର ଏହି ମାତ୍ରା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଅଧିକ ରହିଛି। ଭାରତରେ ଛଟେଇ କିଛି ହାତଗଣତି ଷ୍ଟାର୍ଟଅପ୍‌ରେ ସୀମିତ ରହିଛି।

ତେବେ ଡେଲ୍‌ ପକ୍ଷରୁ ଛଟେଇ କରାଯାଇଥିବା କର୍ମଚାରୀମାନଙ୍କୁ ଦୁଇ ମାସର ବେତନ ସହ ୩୬ ସପ୍ତାହ ପର୍ଯ୍ୟନ୍ତର ବେତନ ଦିଆଯାଇଛି। ଯେଉଁ କର୍ମଚାରୀ ଯେତିକି ବର୍ଷ କାର୍ଯ୍ୟ କରିଥିଲେ ସେମାନଙ୍କୁ ପ୍ରତିବର୍ଷ ପାଇଁ ଏକ ସପ୍ତାହର ବେତନ ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଚାକିରି କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସହନ ରାଶି ଓ ଷ୍ଟକ୍ ବିକଳ୍ପ ପ୍ରଦାନ କରାଯାଇନଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe