ଡେଲ୍‌ ଆରମ୍ଭ-ସେଣ୍ଟା ସହବନ୍ଧନ

Advertisment
ଡେଲ୍‌ ଆରମ୍ଭ-ସେଣ୍ଟା ସହବନ୍ଧନ

ଭୁବନେଶ୍ୱର: ଭାରତରେ ଡେଲ ଆରମ୍ଭ ପକ୍ଷରୁ ସେଣ୍ଟର ଫର ଟିଚର ଆକ୍ରିଡିଏସନ (ସେଣ୍ଟା) ସହିତ ସହବନ୍ଧନ ସ୍ଥାପନ କରାଯାଇଛି। ସମ୍ପୂର୍ଣ୍ଣ ଭାରତରେ ସେଣ୍ଟାର ବୃଦ୍ଧି ପାଉଥିବା ଏହି ସହବନ୍ଧନ ଜରିଆରେ ଡେଲ୍‌ ଆରମ୍ଭ ୫୦୦ରୁ ଅଧିକ ବିଦ୍ୟାଳୟର ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚିବାକୁ ଆଶା ରଖିଛି। ଏହା ଜରିଆରେ ଦେଶର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରର ୪ ହଜାରରୁ ଅଧିକ ବିଦ୍ୟାଳୟର ୭୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପର୍ସନାଲ୍‌ କମ୍ପ୍ୟୁଟର ଶିକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ସଶକ୍ତ କରିବ ବୋଲି ଡେଲ୍‌ ଇଣ୍ଡିଆର ମାର୍କେଟିଂ ନିର୍ଦେଶକ ରିତୁ ଗୁପ୍ତା ଏବଂ ସେଣ୍ଟାର ପ୍ରତିଷ୍ଠାତା ଅଞ୍ଜଳି ଜୈନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe