ରପ୍ତାନି ପ୍ରୋତ୍ସାହନ ପରିଷଦ ଖୋଲିବାକୁ ଦାବି: କେନ୍ଦ୍ରକୁ ଜଣାଇଲେ ଏମ୍ଏସ୍‌ଏମ୍ଇ ସଚିବ

Advertisment
ରପ୍ତାନି ପ୍ରୋତ୍ସାହନ ପରିଷଦ ଖୋଲିବାକୁ ଦାବି: କେନ୍ଦ୍ରକୁ ଜଣାଇଲେ ଏମ୍ଏସ୍‌ଏମ୍ଇ ସଚିବ

Business Standard

ଭୁବନେଶ୍ବର: କଟକରେ ଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦେଶକ (ଡିଜିଏଫ୍‌ଟି)ର କାର୍ଯ୍ୟାଳୟ କୋଲକାତା ସ୍ଥାନାନ୍ତର ହେବା ପରେ ରାଜ୍ୟର ରପ୍ତାନିକାରୀମାନେ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ବିଶେଷ କରି ସାମୁଦ୍ରିକ ମତ୍ସ୍ୟ ଓ କୃଷିଜାତ ସାମଗ୍ରୀ ରପ୍ତାନିରେ ଅସୁବିଧା ହେଉଛି। ଏହି ସବୁ ସମସ୍ୟା ବିଷୟରେ ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚବି ସତ୍ୟବ୍ରତ ସାହୁ କେନ୍ଦ୍ର ବିଦେଶ ବାଣିଜ୍ୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦେଶକଙ୍କୁ ଅବଗତ କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ନିବେଦନ କରିଛନ୍ତି। ଓଡ଼ିଶାରୁ ଖଣିଜ, ଧାତବ, କୃଷିଜାତ ସାମଗ୍ରୀ, ସାମୁଦ୍ରିକ ଉତ୍ପାଦ, ହସ୍ତତନ୍ତ, ହସ୍ତଶିଳ୍ପ, କାଜୁ ଓ ମସଲା ଜାତୀୟ ଦ୍ରବ୍ୟ ରପ୍ତାନିର ଅନେକ ସମ୍ଭାବନା ରହିଛି। କିନ୍ତୁ ‌ରପ୍ତାନି ପ୍ରୋତ୍ସାହନ ପରିଷଦ ନଥିବାରୁ ରପ୍ତାନି କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ତେଣୁ ରାଜ୍ୟରେ ଏକ ରପ୍ତାନି ପ୍ରୋତ୍ସାହନ ‌ପରିଷଦ ଖୋଲିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି। ରାଜ୍ୟରେ ଥିବା ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ ସିପିଙ୍ଗ ଲାଇନର ଓ ରିଫରି କଣ୍ଟେନର ଅଭାବ ଥିବାରୁ ରପ୍ତାନିକାରୀମାନଙ୍କୁ ବିଶାଖାପାଟଣା ଓ କୋଲକାତା ବନ୍ଦର ଉପରେ ନିର୍ଭର କରିବାକୁ ପଡ଼ୁଛି।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ କାର୍ଗୋ କମ୍ପ୍ଲେକ୍ସ ଥିବା ସତ୍ତ୍ବେ ନଷ୍ଟଯୋଗ୍ୟ ସାମଗ୍ରୀ ରପ୍ତାନିର କୌଣସି ସୁବିଧା ସେଠାରେ ନାହିଁ। ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଏମ୍ଏସ୍‌ଏମ୍ଇ ସଚିବ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକୁ ରପ୍ତାନି କରିବା ଲାଗି ସୁଯୋଗ ସୃଷ୍ଟି କରିବାକୁ ସେ କହିଛନ୍ତି। ବିମାନବନ୍ଦରର କାର୍ଗୋ କମ୍ପ୍ଲେକ୍ସରେ ଶୀତଳଭଣ୍ଡାର, ପ୍ୟାକେଜିଂ ୟୁନିଟ୍‌ ଓ ପରିମଳ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ ସୁବିଧା ଓ ଭିତ୍ତିଭୂମି ସୃଷ୍ଟି କରିବାକୁ ଓ ଏକ ପ୍ଲାଣ୍ଟ୍ ଅଫିସ ନିର୍ମାଣ କରିବାକୁ ସେ କହିଛନ୍ତି। ରପ୍ତାନି କାରବାର ତଦାରଖ ଲାଗି ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦେଶାଳୟକୁ ନୋଡାଲ୍ ସଂସ୍ଥା ଭାବେ ଘୋଷଣା କରାଯାଇଛି। କିନ୍ତୁ ଏହି ସଂସ୍ଥାରେ ବୃତ୍ତିଗତ କର୍ମଚାରୀଙ୍କ ଅଭାବ ରହିଛି। ଏହି ଅଭାବ ପୂରଣ କରିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଓଡ଼ିଶା ପାଇଁ ନିଯୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe