ଅନଲାଇନ୍‌ କ୍ରୟର ନୂଆ ଅନୁଭବ : ଡେମୋ ଅନ୍‌ ଡେଲିଭରୀ

ଅନଲାଇନ୍‌ କ୍ରୟର ନୂଆ ଅନୁଭବ : ଡେମୋ ଅନ୍‌ ଡେଲିଭରୀ

ଭୁବନେଶ୍ଵର, ୨୯/୮: ଅନ୍‌ଲାଇନ୍‌ କିଣାବିକା ବା ଇ-କମର୍ସ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଏହି ଚାହିଦା ବୃଦ୍ଧି ବେଳେ ଲୋକଙ୍କ ଆସ୍ଥା ଜିତି ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି ଉଦ୍ୟମ କରିଛନ୍ତି କିଛି ଓଡ଼ିଆ ଯୁବ ଶିଳ୍ପୋଦ୍ୟୋଗୀ। ଏହିକ୍ରମରେ ସେମାନେ ଅନ୍‌ଲାଇନ୍‌ ବିକ୍ରିରେ ଯୋଡ଼ିଛନ୍ତି ‘ଡେମୋ ଅନ୍‌ ଡେଲିଭରୀ’। ଏହି ଉଦ୍ୟମରେ କୌଣସି ଗ୍ରାହକ ପସନ୍ଦିତ ଜିନିଷ କିଣିବା ପରେ ତାଙ୍କ ପାଖରେ ଏହି ଉତ୍ପାଦ ପହଞ୍ଚାଇ ସଙ୍ଗେ ସଙ୍ଗେ ଏହାକୁ କିପରି ବ୍ୟବହାର କରାଯିବ ସେ ବିଷୟରେ ଜଣାଉଛନ୍ତି କମ୍ପାନୀର ଡେଲିଭରୀ ବିଶେଷଜ୍ଞ।

ଏହି ଅଭିନବ ବିକ୍ରିର ନାଁକୁ ମଧ୍ୟ ସେହି ଅନୁସାରେ ସଜା ଯାଇଛି। ଇଣ୍ଡରନେଟ୍‌ରେ ଡେମୋ ଅନ୍‌ ଡେଲିଭରୀ ଡଟ୍‌କମ୍‌ (http://www.demoondelivery.com/) ସର୍ଚ କଲେ ଏହି ସାଇଟ୍‌ ଖୋଲୁଛି। ସାଇଟ୍‌ରେ ବିଭିନ୍ନ ଅତ୍ୟାଧୁନିକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ତଥା ସୌଖୀନ ସାମଗ୍ରୀର ସମାହାର କରାଯାଇଛି। ଆବଶ୍ୟକତାକୁ ଦେଖି ଆମେ ନୂଆନୂଆ ଉତ୍ପାଦ ସଂଯୋଗ କରୁଛୁ। ଏହା ଓଡ଼ିଶାର ପ୍ରଥମ ଇ-କମର୍ସ ସାଇଟ୍‌ ଯେଉଁଥିରେ ଏପରି ଏକ ଅଭିନବ ଚିନ୍ତାଧାରାକୁ ସଂଯୋଗ କରାଯାଇଛି ବୋଲି କହିଛନ୍ତି ସଂସ୍ଥାର ଜଣେ ନିର୍ଦେଶକ ଏସ୍‌ ପଟ୍ଟନାୟକ। ଗ୍ରାହକଙ୍କୁ ତାଙ୍କ ଅଧିକାର ବିଷୟରେ ସଚେତନ କରାଇବା ଏବଂ ଠକାମିରୁ ସେମାନଙ୍କୁ ବଞ୍ଚାଇବା ଲାଗି ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।
ଏବେ ଏହି ଇ-କମର୍ସ ଓ୍ବେବ୍‌ ସାଇଟ୍‌ରେ ବିଭିନ୍ନ ଇଲେକ୍ଟ୍ରନିକ୍‌ ସାମଗ୍ରୀ ଯୋଡ଼ା ଯାଇଛି। ଏହି ସାମଗ୍ରୀକୁ କିଣିବା ପାଇଁ କୌଣସି ଗ୍ରାହକ ପଞଜିକରଣ ବା ଆକାଉଣ୍ଟ ଖୋଲିବା ଦରକାର ନାହିଁ। କିନ୍ତୁ ଗ୍ରାହକ ଆକାଉଣ୍ଟ ଖୋଲିଲେ ତାହା ଯେକୌଣସି ସମୟରେ କିଣାଯାଇଥିବା ଉତ୍ପାଦର ସ୍ଥିତି ବିଷୟରେ ଜଣାଇବାକୁ ସକ୍ଷମ ହେବ। ବର୍ତ୍ତମାନ ସମୟରେ ଲୋକେ ଯେତେବଳେ ସାଧାରଣ ବା ନିୟମିତ ବଜାରକୁ ଯିବାଲାଗି ଆଗ୍ରହ ଦେଖାଉ ନାହାନ୍ତି ସେହେି ସମୟରେ ଏହିଭଳି ଏକ ପ୍ରୟାସ ଗ୍ରହକଙ୍କ ପାଖକୁ ବଜାରକୁ ଆଣିବାରେ ସକ୍ଷମ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe