ବିମୁଦ୍ରାକରଣ ଭଲ ଚିନ୍ତାଧାରା ନୁହେଁ: ରାଜନ୍‌

Advertisment
ବିମୁଦ୍ରାକରଣ ଭଲ ଚିନ୍ତାଧାରା ନୁହେଁ: ରାଜନ୍‌

International Monetary Fund's Economic Counsellor and Research Department Director Raghuram Rajan answers a question during a press conference on the World Economic Outlook (WEO) at the Suntec Covention Center in Singapore September 14, 2006. The IMF and the World Bank normally meet once a year in the autumn for a two-day plenary session to discuss the work of their respective institutions. IMF Staff Photo/Stephen Jaffe

ନ୍ୟୁୟର୍କ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍‌ ରାଜନ୍‌ ବିମୁଦ୍ରାକରଣ ପ୍ରସଙ୍ଗରେ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏହା ଏକ ଭଲ ଚିନ୍ତାଧାରା ନୁହେଁ ବୋଲି ସେ ସରକାରଙ୍କୁ କହିଥିଲେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ୮୭.୫ ପ୍ରତିଶତ ମୁଦ୍ରାକୁ ଅଚଳ କରି ଦିଆଯାଇ ଥିବାରୁ ଏହାର ଯୋଜନା ଉତ୍ତମ ଭାବେ କରାଯାଇ ନଥିଲା ବୋଲି ମଧ୍ୟ ରାଜନ୍‌ କହିଛନ୍ତି। ୧୧ ତାରିଖରେ କେମ୍ବି୍ରଜ୍‌ଠାରେ ହାଭାର୍ଡ କେନେଡି ସ୍କୁଲ୍‌ରେ ଉଦ୍‌ବୋଧନ ଦେବା ଅବସରରେ ରାଜନ୍‌ ଏହା କହିଛନ୍ତି। ବିମୁଦ୍ରାକରଣ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ସହିତ ସରକାର ବିଚାର ବିମର୍ଶ କରି ନଥିଲେ ବୋଲି ଯାହା କୁହାଯାଉଛି ତାହାକୁ ମଧ୍ୟ ରାଜନ୍‌ ଖଣ୍ଡନ କରିଛନ୍ତି। ସେହିଭଳି ଜିଏସ୍‌ଟି ସମ୍ପର୍କରେ ରାଜନ୍‌ କହିଛନ୍ତି ଯେ, ଏହାକୁ ଆହୁରି ଭଲଭାବେ କାର୍ଯ୍ୟକାରୀ କରାଯାଇ ପାରିଥାନ୍ତା। ଜିଏସ୍‌ଟିରେ ରହିଥିବା ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe