ମୋବାଇଲ ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଚୋରି ପରେ ବ୍ୟବହାର ଉପଯୋଗୀ ରହିବ ନାହିଁ ମୋବାଇଲ ଫୋନ

ପ୍ରବାସୀ ଶ୍ରମିଙ୍କ ୩ ମୋବାଇଲ ଏବଂ ଟଙ୍କା ଚୋରି 

Esetube.com

ନୂଆଦିଲ୍ଲୀ : ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରେ ମୋବାଇଲ ଚୋରି ହେବାର ଖବର ମିଳିଥାଏ । ଫୋନ ଚୋରି କରି ନେଇ ଚୋର ଫୋନ ବ୍ୟବହାର କରିବା ସହ ଫୋନରେ ଥିବା ଅନେକ ବ୍ୟକ୍ତିଗତ ଜିନିଷର ଭୁଲ ବ୍ୟବହାର କରିଥାଏ । ଏବେ ଏହାକୁ ରୋକିବା ପାଇଁ ମୋଦୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଦୂରସଂଚାର ମନ୍ତ୍ରାଳୟ ସେଣ୍ଟ୍ରାଲ ଇକ୍ୟୁପ୍‌ମେଣ୍ଟ ଆଇଡିଏଣ୍ଟିଟି ରେଜିଷ୍ଟରର ଆରମ୍ଭ କରିବାକୁ ଯାଉଛି । ଏଥିରେ ଦେଶର ସମସ୍ତଙ୍କ ମୋବାଇଲ ଫୋନର ୧୫ଅଙ୍କ ବିଶିଷ୍ଟ ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡିଏଣ୍ଟିଟି(ଆଇଏମ୍‌ଇଆଇ)ର ଡାଟା ରହିବ । ଆଗକୁ ଯେଉଁ ଲୋକମାନଙ୍କ ଫୋନ ଚୋରି ହେବ ସେମାନେ ପୁଲିସରେ ଅଭିଯୋଗ କରିବା ସହ ଏକ ହେଲ୍‌ପଲାଇନ ନମ୍ବର ମାଧ୍ୟମରେ ଦୂରସଂଚାର ବିଭାଗକୁ ଏ ନେଇ ସୂଚନା ଦେବେ । ଦୂରସଂଚାର ବିଭାଗ ଏହା ପରେ ଚୋରି ହୋଇଥିବା ଫୋନର ୧୫ଅଙ୍କ ବିଶିଷ୍ଟ ଆଇଏମ୍‌ଇଆଇ ନମ୍ବରକୁ ବ୍ଲାକ୍‌ଲିଷ୍ଟ କରିଦେବ । ଯାହାଦ୍ୱାରା ଚୋର ଚୋରି କରିଥିବା ଫୋନରେ କୌଣସି ବି ସିମ୍‌ ପକାଇ ତାହାକୁ ବ୍ୟବହାର କରି ପାରିବ ନାହିଁ ।

publive-image capitalradio.co.ug

ସୂଚନା ମୁତାବକ, ୨୦୧୭ରେ ଏହାକୁ ଲାଗୁ କରିବା ପୂର୍ବରୁ ଦୂରସଂଚାର ବିଭାଗ ପ୍ରଥମେ ମହାରାଷ୍ଟ୍ରରେ ଏହାର ଟ୍ରାଏଲ କରିଥିଲା । ଟ୍ରାଏଲ ସଫଳ ହେବା ପରେ ଏବେ ସରକାର ଏହାକୁ ବଡ଼ ଆକାରରେ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe