ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବେଆଇନ ଖଣି ପ୍ରକଳ୍ପ ଗୁଡ଼ିକ ଜରିମାନା ଜମା କରିବା ପରେ ହିଁ ଯାଇ ଉକ୍ତ ପ୍ରକଳ୍ପ ଗୁଡ଼ିକୁ କେନ୍ଦ୍ର ସରକାର ପରିବେଶ ମଞ୍ଜୁରି ଦେବେ। ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ୨୦୧୭ ଅଗଷ୍ଟ ୨ ତାରିଖରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଥିଲେ, ଓଡ଼ିଶାରେ ବିନା ପରିବେଶ ମଞ୍ଜୁରିରେ କାର୍ଯ୍ୟ କରୁଥିବା ଖଣି କମ୍ପାନି ଗୁଡ଼ିକ ରାଜ୍ୟ ସରକାରଙ୍କ ନିକଟରେ ୧୦୦ ପ୍ରତିଶତ ଜରିମାନା ରାଶି ଜମା କରିବେ।ଏହାପରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଜରିମାନା ଜମା ପରେ ବେଆଇନ ଖଣିକୁ ମିଳିବ ପରିବେଶ ମଞ୍ଜୁରି
Advertisment
Follow Us