ସିଙ୍ଗାପୁରରୁ ନିବେଶ ଲୋଡ଼ିଲେ ଉପମୁଖ୍ୟମନ୍ତ୍ରୀ: ସିଙ୍ଗାପୁର ହାଇକମିସନରଙ୍କ ସହ ଆଲୋଚନା

Advertisment

ପର୍ଯ୍ୟଟନ, ବନ୍ଦରରେ ନିବେଶ ପାଇଁ ଆଗ୍ରହୀ

ପର୍ଯ୍ୟଟନ, ବନ୍ଦରରେ ନିବେଶ ପାଇଁ ଆଗ୍ରହୀ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ କେନ୍ଦ୍ର ଜିଏସଟି ପରିଷଦର ସଦସ୍ୟ

India.Com

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ସିଙ୍ଗାପୁରର ସହଯୋଗ ଲୋଡ଼ିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଗୁରୁବାର ଲୋକସେବା ଭବନରେ ସିଙ୍ଗାପୁରର ହାଇକମିସନର ସାଇମନ୍ ୱାଙ୍ଗ୍‌ଙ୍କ ସହ ସେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଓ ଅର୍ଥନୈତିକ ସହଯୋଗ ବଢ଼ାଇବା ପାଇଁ ସିଙ୍ଗାପୁର ସହ ଓଡ଼ିଶା ସକ୍ରିୟ ଭାବେ ଯୋଗାଯୋଗ ରଖିଛି। ସିଙ୍ଗାପୁର ସହ ଆମେ ଦୀର୍ଘକାଳୀନ ସହଯୋଗିତା ଚାହୁଛୁ। ଓଡ଼ିଶାରେ ଅନେକଗୁଡ଼ିଏ ବୌଦ୍ଧ କୀର୍ତ୍ତିରାଜି ଓ ସୁଦୀର୍ଘ ସମୁଦ୍ରତଟ ରହିଛି। ସେଥିରେ ନିବେଶ କରିବାକୁ ସେ ସିଙ୍ଗାପୁରକୁ ପ୍ରସ୍ତାବ ଦେଇଛନ୍ତି।

ଓଡ଼ିଶାର ନିବେଶ ଅନୁକୂଳ ପରିବେଶକୁ ପ୍ରଶଂସା କରି ଶ୍ରୀ ୱାଙ୍ଗ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଆମେ ଯୋଜନା ରଖିଛୁ। ବର୍ତ୍ତମାନ ସୁଦ୍ଧା ଆମେ ୧୫୦୦ କୋଟି ଡଲାର ନିବେଶ କରିସାରିଛୁ। ସାରା ଭାରତରେ ସିଙ୍ଗାପୁର ପକ୍ଷରୁ ୧୬,୦୦୦ କୋଟି ଡଲାର ନିବେଶ କରାଯାଇଛି ବୋଲି ସେ କହିଛନ୍ତି। ରାଜ୍ୟର ପର୍ଯ୍ୟଟନ ଓ ବନ୍ଦର କ୍ଷେତ୍ରରେ ନିବେଶ ବଢ଼ାଇବାକୁ ସିଙ୍ଗାପୁର ଆଗ୍ରହୀ ଥିବା ସେ କହିଛନ୍ତି। ସେ ଉପମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗାପୁର ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଆଜିର ବୈଠକରେ ଓଡ଼ିଶା-ସିଙ୍ଗାପୁର ପୁଞ୍ଜିନିବେଶ ସମ୍ପର୍କ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ଜୀବନ ଧାରଣ ମାନ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe