ଶିଳ୍ପ ପ୍ରତିନିଧିଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Advertisment

ରାଜ୍ୟ ସରକାର ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟ ସରକାର ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।

fsfhhsffhhsf

ଭୁବନେଶ୍ବର: ରାଜ୍ୟ ସରକାର ଶିଳ୍ପାୟନକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତିନି ଶିଳ୍ପସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଭିସା ଷ୍ଟିଲ୍‌ର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଶାଲ ଅଗ୍ରୱାଲ୍‌ ତାଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶାର ଶିଳ୍ପ ଦୃଶ୍ୟପଟ୍ଟରେ କିଭଳି ଉନ୍ନତି ଆସିପାରିବ ସେ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ସିଂହଦେଓ ଜଣାଇଛନ୍ତି। ସେହିପରି ନ୍ୟାସନାଲ୍ ଫେଡେରେସନ୍ ଅଫ୍‌ ଫାର୍ମର୍ସ ପ୍ରକ୍ୟୁରମେଣ୍ଟ, ପ୍ରୋସେସିଂ ଆଣ୍ଡ ରିଟେଲିଂ କୋଅପରେଟିଭ୍‌ସ ଅଫ୍ ଇଣ୍ଡିଆ (ନାକୋଫ୍)ର ଉପ ମହାପ୍ରବନ୍ଧକ ସବ୍ୟସାଚ୍ଚୀ ମିଶ୍ର ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ। 

ରାଜ୍ୟର କୃଷି ଭବିଷ୍ୟତକୁ କିଭଳି ବଦଳାଇ ହେବ ସେନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍‌ପିସି)ର ନିର୍ଦ୍ଦେଶକ (ଅର୍ଥ) ପ୍ରଣବ ମହାନ୍ତି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଭେଟିଥିଲେ। କଳାହାଣ୍ଡି ଓ ମାଲକାନଗିରିରେ ଜଳ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶକ୍ତି ସମ୍ଭାବନାକୁ ଖୋଲିବା ସହ ବିକାଶ ଓ ସବୁଜ ଭବିଷ୍ୟତ ଲାଗି ପଥ ପରିଷ୍କାର କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe