ନୂଆଦିଲ୍ଲୀ: ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିକର ଯୋଜନା କରୁଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନୂତନ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି।
ଜାରି ହେଲା ନୂତନ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ସିଧାସଳଖ ଲାଭ ପାଇବେ ବିମାନଯାତ୍ରୀ
ଏଥିରେ ଉଲ୍ଲେଖ ରହିଛି କି, ଯାତ୍ରୀମାନେ ଏଣିକି ଟିକେଟ ବୁକିଂ କରିବାର ୪୮ ଘଣ୍ଟା ମଧ୍ୟରେ ଯଦି ସେମାନଙ୍କର ଟିକେଟ୍ ବାତିଲ କିମ୍ବା ସଂଶୋଧନ କରିବାକୁ ଚାହାନ୍ତି ତେବେ ସେମାନଙ୍କ ଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ। ଯଦି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଏହି ପ୍ରସ୍ତାବିତ ନିୟମକୁ ଅନୁମୋଦନ ମିଳିଯାଏ, ତେବେ ଏହାର ସିଧାସଳଖ ଲାଭ ବିମାନଯାତ୍ରୀଙ୍କୁ ମିଳିବ। । ଏହି ଯାତ୍ରୀମାନଙ୍କୁ ଆଉ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ନାହିଁ।
ଅଧିକପଢ଼ନ୍ତୁ:ବିନା ଦୋଷରେ ଜେଲ ଦଣ୍ଡ ଭୋଗିବା ପରେ ବୃଦ୍ଧଙ୍କୁ ଦେଶରୁ ତଡ଼ିବାକୁ ଉଦ୍ୟମ କରୁଛି ଆମେରିକା ସରକାର
ବିମାନଯାତ୍ରୀମାନଙ୍କୁ ଆଉ ଆର୍ଥିକ କ୍ଷତି ସହିବାକୁ ପଡ଼ିବ ନାହିଁ
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବିମାନ ଯାତ୍ରୀମାନଙ୍କଠାରୁ ବାରମ୍ବାର ଅଭିଯୋଗ ପାଇ ଆସୁଥିଲା କି, ସେମାନଙ୍କୁ ଟିକେଟ୍ ବାତିଲ ପାଇଁ ମୋଟାଅଙ୍କର ରାଶି ପୈଠ କରିବାକୁ ପଡ଼ୁଛି। ଅନେକ ଗ୍ରାହକ ସଂଗଠନ ମଧ୍ୟ ଏ ବିଷୟରେ ଅଭିଯୋଗ କରିଛନ୍ତି। ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଯାତ୍ରୀମାନଙ୍କ ଅଭିଯୋଗକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛି।ଏହି ନିଷ୍ପତ୍ତି ଯାତ୍ରୀ ଏବଂ ବିମାନ କମ୍ପାନି ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିପାରିବ।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/untitled-7-2025-11-04-16-12-33.jpg)