ମହଙ୍ଗା ବିମାନ ଭଡ଼ାର ସମୀକ୍ଷା କଲା ଡିଜିସିଏ

ପାର୍ବଣ ସମୟରେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି। ଦେଶର ପ୍ରାୟ ଅଧିକାଂଶ ସହରକୁ ଯାତାୟାତ ପାଇଁ ଟିକେଟ କ୍ରୟ କରିବା ସମୟରେ ଦର ଦେଖି ଯାତ୍ରୀଙ୍କ ମୁଣ୍ଡବିନ୍ଧା ହେଉଛି। ଏଥିପାଇଁ...

Untitled-18

ନୂଆଦିଲ୍ଲୀ: ପାର୍ବଣ ସମୟରେ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି। ଦେଶର ପ୍ରାୟ ଅଧିକାଂଶ ସହରକୁ ଯାତାୟାତ ପାଇଁ ଟିକେଟ କ୍ରୟ କରିବା ସମୟରେ ଦର ଦେଖି ଯାତ୍ରୀଙ୍କ ମୁଣ୍ଡବିନ୍ଧା ହେଉଛି। ଏଥିପାଇଁ ଅନେକ ବ୍ୟକ୍ତି ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖୁଛନ୍ତି କିମ୍ବା ରେଳ ଯୋଗେ ଯାତ୍ରା ଭଳି ଯୋଜନା କରୁଛନ୍ତି। ଦେଶର ବିଭିନ୍ନ ଭାଗରୁ ବିମାନ ଯାତ୍ରା ମହଙ୍ଗା ହେବା ନେଇ ଅଭିଯୋଗ ହେବା ପରେ ସରକାରଙ୍କ ନିଦ ଭାଙ୍ଗିଛି। 

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ବିମାନ ଭଡ଼ାର ସମୀକ୍ଷା କରାଯାଇଛି। ଏୟାରଲାଇନ୍ସଗୁଡ଼ିକ ସହିତ ଏ ନେଇ ଆଲୋଚନା କରିଛି। ପାର୍ବଣ ସିଜନ୍‌ରେ ବିମାନର କ୍ଷମତା ବଢ଼ାଇବା ସହିତ ବର୍ଦ୍ଧିତ ଚାହିଦା ପୂରଣ ପାଇଁ ଅତିରିକ୍ତ ବିମାନ ଉଡ଼ାଣ ପାଇଁ ପରାମର୍ଶ ଦେଇଛି। 

ଏହାପରେ ଏୟାରଲାଇନ୍ସଗୁଡ଼ିକ ଅନେକ ମାର୍ଗରେ ନୂଆ ବିମାନ ଉଡ଼ାଣ ନେଇ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଇଣ୍ଡିଗୋ ୪୨ଟି ସେକ୍ଟରରେ ୭୩୦ଟି ଅତିରିକ୍ତ ବିମାନ ଉଡ଼ାଣ କରିବ। ସେହିଭଳି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଳିତଭାବେ ୨୦ଟି ସେକ୍ଟରରେ ପ୍ରାୟ ୪୮୬ଟି ଅତିରିକ୍ତ ବିମାନ ଉଡ଼ାଣ କରିବେ। ସ୍ପାଇସଜେଟ୍‌ ୩୮ଟି ସେକ୍ଟରରେ ୫୪୬ଟି ଅତିରିକ୍ତ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ପାର୍ବଣ ସିଜନ୍‌ରେ ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିମାନ ଭଡ଼ା ଉପରେ ଡିଜିସିଏ ଲଗାତାର ତୀକ୍ଷ୍ଣ ନଜର ରଖିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe