ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇବାକୁ ଡିଜିସିଏର ନିର୍ଦ୍ଦେଶ

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇବାକୁ ଡିଜିସିଏର ନିର୍ଦ୍ଦେଶ

The Economic Times

ନୂଆଦିଲ୍ଲୀ: କୋଭିଡ୍‌-୧୯ ଲକଡାଉନ୍ ଅବଧିରେ ବୁକ୍ ହୋଇଥିବା ବିମାନ ଟିକଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ରୂପେ ଯାତ୍ରୀଙ୍କୁ ଫେରାଇବା ଲାଗି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାରଲାଇନ୍ସ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଜ‌ଣେ ଯାତ୍ରୀ ବୁକ୍ ହୋଇଥିବା ଟିକଟକୁ ବାତିଲ କରିବା ପାଇଁ ଅନୁରୋଧ କରନ୍ତି ତାହେଲେ ତାଙ୍କୁ ୩ ସପ୍ତାହ ମଧ୍ୟରେ ବାତିଲ ଶୁଳ୍କକୁ ନକାଟି ପୂରା ଅର୍ଥ ଫେରାଇବାକୁ କୁହାଯାଇଛି। ଲକଡାଉନ ବେଳେ ଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଟିକଟ କ୍ଷେତ୍ରରେ ଏହି ‌ନିର୍ଦ୍ଦେଶ ପ୍ରଯୁଜ୍ୟ ହେବ। ଅଧିକାଂଶ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନି ବୁକ୍ ହୋଇଥିବା ଟିକଟକୁ ବାତିଲ କରିବା ପରିବର୍ତ୍ତେ ଯାତ୍ରୀମାନଙ୍କୁ ଅନ୍ୟ ଏକ ତାରିଖ ଉଡ଼ାଣ ସୁବିଧା‌ ନେବାକୁ ସେମାନଙ୍କ ଉପରେ ଚାପ ପକାଉଥିଲେ। ଏ ନେଇ ଯାତ୍ରୀମାନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଡିଜିସିଏ ଏଭଳି ନିର୍ଦ୍ଦେଶନାମା ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସରକାର ମାର୍ଚ୍ଚ ୨୨ରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଏବଂ ମାର୍ଚ୍ଚ ୨୫ରୁ ଘରୋଇ ବିମାନକୁ ବାତିଲ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe