ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇବାକୁ ରାଜ୍ୟ ସରକାରଙ୍କୁ କହିଲେ ଧର୍ମେନ୍ଦ୍ର

Advertisment
କ୍ରମାଗତ ୧୧ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୪୧ ପଇସା ଓ ଡିଜେଲ ୩୦ ପଇସା କମିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତକାଲି ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଘୋଷଣା କରିବା ପରେ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟଗୁଡ଼ିକୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) କମାଇବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ଗୁଡ଼ିକ ଏହି ସାମଗ୍ରୀ ଉପରୁ ଅତିକମ୍‌ରେ ୫ ପ୍ରତିଶତ ଭାଟ୍‌ କମାନ୍ତୁ ବୋଲି ସେ କହିଛନ୍ତି। ଲୋକଙ୍କ ଉପକାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ପରିମାଣର ରାଜସ୍ୱ ହରାଇବାର ରିସ୍କ ନେଇଛନ୍ତି।

ଏବେ ରାଜ୍ୟ ସରକାର ଗୁଡ଼ିକ ସେମାନଙ୍କ ଦାୟିତ୍ୱ ସମ୍ପାଦନ କରିବା ଉଚିତ ଏବଂ ପେଟ୍ରୋଲ ଓ ଡିଜେଲ ଉପରୁ ଅତିକମ୍‌ରେ ୫ ପ୍ରତିଶତ ଭାଟ୍‌ କମାଇବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି। ୨ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ ପରେ ଏବେ ଲିଟର ପିଛା ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୧୯ ଟଙ୍କା ୪୮ ପଇସା ଏବଂ ଡିଜେଲ ଉପରେ ୧୫ ଟଙ୍କା ୩୩ ପଇସା ଆଦାୟ କରାଯାଉଛି। ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍‌ ହ୍ରାସ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାର ଗୁଡ଼ିକୁ ପୂର୍ବରୁ ଚିଠି ଲେଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe