ଓଡ଼ିଶାର ପୌର ସଂସ୍ଥା ପାଇଁ ମିଳିଲା ୧୮୬ କୋଟିର ଅନୁଦାନ

Advertisment

ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ସମାରୋହ: ଓଡ଼ିଆ ଭାଷା ଆମ ଅସ୍ମିତାର ପରିଚୟ ବୋଲି କହିଲେ ଧର୍ମେନ୍ଦ୍ର

Entrackr

ନୂଆଦିଲ୍ଲୀ: କେତେକ ରାଜ୍ୟର ପୌର ସଂସ୍ଥା ଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ କମିସନ ସୁପାରିସ ଆଧାରରେ କେନ୍ଦ୍ର ସରକାର ଆଜି ମୌଳିକ ଅନୁଦାନ ରାଶି ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ବାବଦରେ ଏହି ରାଶି ପ୍ରଦାନ କରାଯାଇଛି। ଓଡ଼ିଶାକୁ ପ୍ରଥମ କିସ୍ତିର ଅବଶିଷ୍ଟାଂଶ ବାବଦରେ ୧୮୬ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁକୁ ମଧ୍ୟ ଏ ବାବଦରେ ଅର୍ଥ ପ୍ରଦାନ କରାଯାଇଛି। ଆନ୍ଧ୍ର ପ୍ରଦେଶକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତିର ଅବଶିଷ୍ଟାଂଶ ବାବଦରେ ୪୩୧ କୋଟି ଏବଂ ତାମିଲନାଡ଼ୁକୁ ପ୍ରଥମ କିସ୍ତି ବାବଦରେ ୯୮୭ କୋଟି ୮୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥକୁ ସଂପୃକ୍ତ ରାଜ୍ୟର ଆକାଉଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ରିଜର୍ଭ ବ୍ୟାଙ୍କର ନାଗପୁରସ୍ଥିତ କାର୍ଯ୍ୟାଳୟକୁ କୁହାଯାଇଛି। ସଦ୍ୟତମ ରାଜ୍ୟ ଅର୍ଥ ଆୟୋଗର ସୁପାରିସ ଫର୍ମୁଲା ଆଧାରରେ ଉକ୍ତ ଅର୍ଥକୁ ବଣ୍ଟନ କରିବା ଲାଗି ରାଜ୍ୟ ସରକାରଗୁଡ଼ିକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଯଦି ରାଜ୍ୟ ଅର୍ଥ ଆୟୋଗର ସଦ୍ୟତମ ଫର୍ମୁଲା ଉପଲବ୍ଧ ନାହିଁ ସେ ‌କ୍ଷେତ୍ରରେ ଅର୍ଥ ଆବଣ୍ଟନ ପାଇଁ ୨୦୧୧ର ଲୋକସଂଖ୍ୟାକୁ ୯୦ ପ୍ରତିଶତ ଏବଂ ଅଞ୍ଚଳ(ଏରିଆ)କୁ ୧୦ ପ୍ରତିଶତ ଗୁରୁତ୍ବ ଦେଇ ଅର୍ଥ ବାଣ୍ଟିବା ଲାଗି କୁହାଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ପାଇବାର ୧୫ ଦିନ ମଧ୍ୟରେ ଏହାକୁ ସ୍ବାୟତ୍ତ ଶାସନ ସଂସ୍ଥା ଗୁଡ଼ିକୁ ପ୍ରଦାନ କରିବା ଲାଗି କୁହାଯାଇଛି। ଏଥିରେ ବିଳମ୍ବ ହେଲେ ରାଜ୍ୟ ସରକାରଙ୍କୁ ବିଳମ୍ବ ବାବଦରେ ସୁଧ ପ୍ରଦାନ କରିବାକୁ ହେବ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ପୌରସଂସ୍ଥା ଗୁଡ଼ିକୁ ୧୮୬ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ କୃତଜ୍ଞତା ଜଣାଇଛନ୍ତି। ଏଥି ଅର୍ଥ ପୌର ସଂସ୍ଥାଗୁଡ଼ିକୁ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ସହିତ ଲୋକଙ୍କୁ ମୌଳିକ ସେବା ପ୍ରଦାନରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବିଜେଡି ଏମ୍‌ପିମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଭେଟି ଏ ବାବଦ ଅର୍ଥ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଚତୁର୍ଦ୍ଦଶ ଅର୍ଥ ଆୟୋଗର ସୁପାରିସ ଆଧାରରେ ରାଜ୍ୟର ୧୧୪ଟି ପୌରସଂସ୍ଥାର ପ୍ରାୟ ୭୦୦ କୋଟି ଟଙ୍କା ବାକି କହିଛି। ଦୀର୍ଘ ୪ ବର୍ଷ ହେଲା ଏହି ମାମଲା ପଡ଼ି ରହିଛି ବୋଲି ଏମପିମା‌ନେ ଅର୍ଥମନ୍ତ୍ରୀଙ୍କୁ କହିଥିଲେ। ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏମ୍‌ପି ଡ. ଅମର ପଟ୍ଟନାୟକ,‌ ସରୋଜିନୀ ହେମ୍ବ୍ରମ ଏବଂ ଡ. ସସ୍ମିତ ପାତ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ଅର୍ଥମନ୍ତ୍ରୀ ଏହି ବିଷୟର ତୁରନ୍ତ ଅନୁଧ୍ୟାନ କରିବେ ବୋଲି ଏମପିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe