୨୦୦ କାର୍‌, ୧୦୦୦ ସ୍କୁଟି ଉପହାର ‌ଦେବେ ଢୋଲକିଆ

କର୍ମଚାରୀଙ୍କୁ ଦୀପାବଳି ଉପହାର ଭାବେ କାର୍‌ ଓ ଫ୍ଲାଟ୍‌ ଦେଉଥିବା ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ‌ ଢୋଲକିଆ ଚଳିତ ବର୍ଷ ପାଇଁ ଭିନ୍ନ ଯୋଜନା ରଖିଛନ୍ତି।

Untitled-4

ଭୁବନେଶ୍ବର: କର୍ମଚାରୀଙ୍କୁ ଦୀପାବଳି ଉପହାର ଭାବେ କାର୍‌ ଓ ଫ୍ଲାଟ୍‌ ଦେଉଥିବା ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ‌ ଢୋଲକିଆ ଚଳିତ ବର୍ଷ ପାଇଁ ଭିନ୍ନ ଯୋଜନା ରଖିଛନ୍ତି। ଏଥର ସେ ଗ୍ରାହକମାନଙ୍କୁ ଆକର୍ଷଣୀୟ ଉପହାର ଦେବାକୁ ଚାହୁଛନ୍ତି। ମଙ୍ଗଳବାର ସୌଭାଗ୍ୟନଗରରେ କିସ୍‌ନା ଡାଇମଣ୍ଡ୍‌ ଆଣ୍ଡ୍‌ ଗୋଲ୍ଡ ଜୁଏଲାରିର ନୂଆ ସୋ’ରୁମ୍‌ ଉଦ୍‌ଘାଟନ ଅବସରରେ ସେ କହିଛନ୍ତି ଯେ ଆମେ ଚଳିତ ବର୍ଷ ଗ୍ରାହକମାନଙ୍କୁ ୨୦୦ କାର୍ ଓ ୧୦୦୦ ସ୍କୁଟି ଉପହାର ଦେବୁ।

କମ୍ପାନି ପକ୍ଷରୁ ଘୋଷଣା କରାଯାଇଥିବା ‘ସପ୍ ଆଣ୍ଡ୍‌ ୱିନ୍’ ଅଫରରେ ଏହି ପୁରସ୍କାର ଦିଆଯିବ ବୋଲି ସେ କହିଛନ୍ତି। କମ୍ପାନିର ବ୍ୟବସାୟ ଯୋଜନା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ସୌଭାଗ୍ୟନଗରରେ ଆମେ ଆମର ୯୫ତମ ସୋ’ରୁମ୍ ଖୋଲିଛୁ। ଆସନ୍ତା ତିନି ବର୍ଷରେ ସୋ’ରୁମ୍ ସଂଖ୍ୟା ୩୬୫କୁ ବଢ଼ାଇବା ଯୋଜନା ରଖିଛି। ସେଥିରୁ ଓଡ଼ିଶାରେ ୨୫ଟି ସୋ’ରୁମ୍ ଖୋଲାଯିବ। ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ କିସ୍‌ନା ସୋ’ରୁମ୍ ସଂଖ୍ୟା ୧୦ରେ ପହଞ୍ଚିବ। ଭଦ୍ରକ, କଟକ ଓ ବ୍ରହ୍ମପୁରରେ କମ୍ପାନି ନୂଆ ସୋ’ରୁମ୍ ଖୋଲିବାକୁ ଯାଉଥିବା ସେ ସୂଚନା ଦେଇଥିଲେ। କିସ୍‌ନ‌ା ପକ୍ଷରୁ ନବରାତ୍ରୀ ଅଫର ଭାବେ ହୀରା ଗହଣା ଗଢ଼ା ମଜୁରୀ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଓ ସୁନା ଗହଣା ଗଢ଼ା ମଜୁରି ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଏହି ଅବସରରେ କିସ୍‌ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିସ୍‌ନାର ଫ୍ରାଞ୍ଚାଇଜି ପାର୍ଟନର ସୁଶିଲ ଓ ଶୁଭମ ସେନାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe