ଜେଡ୍ ବ୍ଲାକ୍ ବିଜ୍ଞାପନରେ ଗୁରୁଜୀ ବେଶରେ ଧୋନି

Advertisment
ଜେଡ୍ ବ୍ଲାକ୍ ବିଜ୍ଞାପନରେ ଗୁରୁଜୀ ବେଶରେ ଧୋନି

ଭୁବନେଶ୍ବର : ଜେଡ୍‌ ବ୍ଲାକ୍ ଅଗରବତୀର ଟିଭି ବିଜ୍ଞାପନରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗୁରୁଜୀ ବେଶରେ ଦେଖିବାକୁ ମିଳିବ। କଂପାନିର ‘ପ୍ରାର୍ଥନା ହୋଗି ସ୍ବୀକାର’ ଅଭିଯାନର ଏହା ହେଉଛି ଏକ ଅଂଶ। ଗତ ତିନି ବର୍ଷ ଧରି ‌ଜେଡ୍ ବ୍ଲାକ୍ ୩ ଇନ୍ ୧ ଅଗରବତୀର ପ୍ରଚାର କରୁଛନ୍ତି ଧୋନି। ତାଙ୍କୁ ନେଇ ପ୍ରସ୍ତୁତ ବିଜ୍ଞାପନ ସମ୍ପର୍କରେ କଂପାନିର ନିର୍ଦେଶକ ଅଙ୍କିତ ଅଗ୍ରୱାଲ୍ କହିଛନ୍ତି ଯେ ସାରା ବିଶ୍ବରେ ଧୋନି ହେଉଛନ୍ତି ଅନ୍ୟତମ ସମ୍ମାନାସ୍ପଦ କ୍ରିକେଟ ଖେଳାଳି ଓ କ୍ରିକେଟ ଖେଳିବାକୁ ଅଭିଳାଷ ରଖିଥିବା ବିଶ୍ବର ବହୁ ଯୁବକଙ୍କ ପାଇଁ ସେ ହେଉଛନ୍ତି ଆଦର୍ଶ। ତାଙ୍କ ସହିତ ସହଯୋଗିତା ଜରିଆରେ ଆମେ ବିଶ୍ବ ଅଗରବତୀ ବଜାରରେ ସହଜରେ ପ୍ରବେଶ କରିପାରିଛୁ।

ଏହି ସହଯୋଗିତା ବିଷୟରେ ଧୋନି କହିଛନ୍ତି ଯେ ଜେଡ୍ ବ୍ଲକ୍‌ର ୩୦ ବର୍ଷର ପରମ୍ପରା ରହିଛି। କଠିନ ସମୟ‌ରେ ଏକତ୍ର ହୋଇ ପାର୍ଥନା କରିବା ଦ୍ବାରା ସବୁ ପ୍ରତିବନ୍ଧକୁ ମୁକାବିଲା କରିବାର ଶକ୍ତି ମିଳିଥାଏ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। କଂପାନିର ବିଶ୍ବ ସ୍ତରୀୟ ପ୍ରଚାର ଅଭିଯାନର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି। କଂପାନିର ନିର୍ଦେଶକ ଅଂଶୁଲ ଅଗ୍ରୱାଲ୍ କହିଛନ୍ତି ଯେ ଭାରତୀୟ ବଜାରରେ ଜେଡ୍ ବ୍ଲାକ୍‌କୁ ଲୋକମାନେ ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe