୧୬ ଦିନରେ ଡିଜେଲ ୫, ପେଟ୍ରୋଲ ୪ ଟଙ୍କା ମହଙ୍ଗା: ମାଲକାନଗିରିରେ ପେଟ୍ରୋଲ ୧୧୨, ଭୁବନେଶ୍ବରରେ ୧୦୬ ଟପିଲା

ପ୍ରଚଣ୍ଡ ତାତିରୁ ରୁଷ୍‌ ଲାଭବାନ: ଏସିଆକୁ ବିକୁଛି ଅଧିକ ତେଲ, କୋଇଲା, ଗ୍ୟାସ୍‌

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଆଜି ପୁଣି ବୃଦ୍ଧି ପାଇଛି। ଦୁଇ ଦିନର ବିରତି ପରେ ଗତ ୩ ଦିନ ହେଲା ଦେଶରେ ଏହି ଉଭୟ ଇନ୍ଧନ ଦର ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୩୬ ପଇସା ବୃଦ୍ଧି ପାଇ ୧୦୬ ଟଙ୍କା ୪୨ ପଇସାରେ ଏବଂ ଡିଜେଲ ଦର ୩୯ ପଇସା ବୃଦ୍ଧି ଘଟି ୧୦୨ ଟଙ୍କା ୭୭ ପଇସା‌ ଛୁଇଁଛି। ତେବେ ଓଡ଼ିଶାର ମାଲକାନ୍‌ଗିରିରେ ପେଟ୍ରୋଲ ଏବଂ ଡିଜେଲ ଦାମ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତୁଳନାରେ ବହୁ ଅଧିକ ରହିଛି। ମାଲକାନଗିରିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ଛୁଇଁଥିବାବେଳେ ଡିଜେଲ ଦର ୧୦୮ ଟଙ୍କା ୧୭ ପଇସାରେ ପହଞ୍ଚି ଯାଇଛି। କେବଳ ସେତିକି ନୁହେଁ ଚଳିତ ଅକ୍ଟୋବର ମାସର ଆଜି ସୁଦ୍ଧା ଡିଜେଲ ଦର ଲିଟର ପିଛା ପାଖାପାଖି ୫ ଟଙ୍କା (୪ ଟଙ୍କା ୭୭ ପଇସା) ଏବଂ ପେଟ୍ରୋଲ ଦର ପାଖାପାଖି ୪ ଟଙ୍କା (୩ ଟଙ୍କା ୯୧ ପଇସା ) ମହଙ୍ଗା ହୋଇଛି।

ଦିଲ୍ଲୀରେ ପେଟ୍ରୋଲ ଦର ଆଜି ୧୦୫ ଟଙ୍କା ୪୯ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ୯୪ ଟଙ୍କା ୨୨ ପଇସା ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୧ ଟଙ୍କା ୪୩ ପଇସାରେ ଏବଂ ଡିଜେଲ ଦର ୧୦୨ ଟଙ୍କା ୧୫ ପଇସାରେ ପହଞ୍ଚିଛି। କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୧୦ ପଇସା ଏବଂ ଡିଜେଲ ଦର ୯୭ ଟଙ୍କା ୩୩ ପଇସାରେ ପହଞ୍ଚିଛି। ସେହିଭଳି ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୦ ପଇସା ଏବଂ ଡିଜେଲ ଦର ୯୮ ଟଙ୍କା ୫୯ ପଇସା ଛୁଇଁଛି। ଅର୍ଥନୀତିରେ ସୁଧାର ଆସୁଥିବାରୁ ତୈଳ ଚାହିଦା ବୃଦ୍ଧି ପାଉଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତେଲ ଦର ବଢ଼ୁଛି। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଛି ବୋଲି କୁହାଯାଉଛି। କିନ୍ତୁ ଗତବର୍ଷ କରୋନା ସମୟରେ ସରକାର ବଢ଼ାଇଥିବା ଉଚ୍ଚ ଟିକସକୁ ହ୍ରାସ କରିବାକୁ ରାଜି ହେଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe