ଭୁବନେଶ୍ବରରେ ଡିଜେଲ୍ ଦାମ୍ ୯୦, ସରକାରଙ୍କୁ କଂଗ୍ରେସର ସମାଲୋଚନା

Advertisment
୨୪ ରାଜ୍ୟର ପେଟ୍ରୋଲ ପମ୍ପ୍‌ ଆଜି ତେଲ କିଣିବେନି, ଓଡ଼ିଶାରେ ପ୍ରଭାବ ପଡ଼ିବନି

India Today

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ନିୟମିତ ବୃଦ୍ଧି ହେଉଥିବାରୁ ଭୁବନେଶ୍ବରରେ ଡିଜେଲ୍‌ର ଲିଟର ପିଛା ଦାମ୍ ୯୦ ଟଙ୍କା ହୋଇଛି। ସେହି ସମୟରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୯୨ ଟଙ୍କା ୭୫ ପଇସା ରହିଛି। ଓଡ଼ିଶା ହେଉଛି ଏଭଳି କିଛି ହାତଗଣତି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଭିତରେ ତାରତମ୍ୟ ବହୁତ କମ୍ ରହିଛି। ଏକ ଲିଟର ପେ‌‌ଟ୍ରୋଲ୍‌ର ଦାମ୍ ଡିଜେଲ୍ ଠାରୁ ୨ ଟଙ୍କା ୭୫ ପଇସା ଅଧିକ ରହିଛି। ଇଣ୍ଡିଆନ ଅଏଲ୍‌ରେ ଏକ୍ସଟ୍ରା ମାଇଲ୍‌ ଡିଜେଲ୍ ଦାମ୍ ୯୩ ଟଙ୍କା ୫୬ ପଇସା ରହିଥିବା ବେଳେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ୍ ଦାମ୍ ୯୭ ଟଙ୍କା ୧୦ ପଇସା ରହିଛି। ଭୁବନେଶ୍ବରରେ ଚଳିତ ମାସ ୩ ତାରିଖରେ ଡିଜେଲ୍ ଦାମ୍ ୮୭ ଟଙ୍କା ୯୮ ପଇସା ଥିଲା। ଇତି ମଧ୍ୟରେ ସେଥିରେ ୨ ଟଙ୍କା ୨ ପଇସାର ବୃଦ୍ଧି ହୋଇସାରିଲାଣି। ସର୍ବଭାରତୀୟ ସ୍ତରରେ ଆଜି ତୃତୀୟ ଦିନ ଲାଗି ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ବଢ଼ିଛି। ଉଭୟ ତୈଳ ଦାମ୍ ୨୫ ପଇସା ‌ଲେଖାଏଁ ବଢ଼ିଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ୍‌ ଦାମ୍ ୯୨ ଟଙ୍କା ୫ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ୮୨ ଟଙ୍କା ୬୧ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ୍‌ ଦାମ୍ ୯୮ ଟଙ୍କା ୩୬ ପଇସା ହୋଇଥିବା ବେଳେ ଡିଜେଲ୍‌ ଦାମ୍ ୮୯ ଟଙ୍କା ୭୫ ପଇସା ହୋଇଛି।

ତୈଳ ଦରରେ ହେଉଥିବା ବୃଦ୍ଧିକୁ ନେଇ ଗତକାଲି କଂଗ୍ରେସ ପକ୍ଷରୁ ବିଜେପି ସରକାରଙ୍କୁ ସମାଲୋଚନା କରାଯାଇଥିଲା। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ତେଲ ଦାମ୍ ବଢ଼ାଇ ବିଜେପି ସରକାର ଲୋକମାନଙ୍କୁ ଲୁଟୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ପ୍ରବକ୍ତା ରଣଦୀପ ସୁର୍‌ଜେୱାଲା କହିଛନ୍ତି ଯେ ୧୩୦ କୋଟି ଭାରତୀୟ କୋଭିଡ୍-୧୯ ବିରୋଧରେ ଲଢ଼େଇ କରୁଥିବା ବେଳେ ବିଜେପି ସରକାର ତେଲ ଦାମ୍ ବଢ଼ାଇ ଲାଭ କରିବାରେ ମାତିଛନ୍ତି ଯାହା ଜନସାଧାରଣଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। କ୍ରୁର ସରକାର ପ୍ରତିଦିନ ତେଲ ଦାମ୍ ବଢ଼ାଉଥିବା ବେ‌ଳେ ମୋଟା ଅଙ୍କର ଟିକସ ଆଦାୟ କରୁଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଲଗାଯାଇଥିବା ଟିକସ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe