ଡିଜେଲ ୭୯ ଟଙ୍କା ଟପିଲା

Advertisment
ତେଲ ଟିକସ କମାଇବାକୁ ସଂସଦୀୟ କମିଟିର ପରାମର୍ଶ

Daily Pakistan.

ଭୁବନେଶ୍ବର: ୪ ଦିନର ବ୍ୟବଧାନ ପରେ ଡିଜେଲ ଦର ଆଜି ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଲିଟର ପିଛା ଡିଜେଲ ଦର ପୂର୍ବଦିନ ତୁଳନାରେ ୧୨ ପଇସା ବୃଦ୍ଧି ଘଟିଛି। ଫଳରେ ଡିଜେଲ ଦର ୭୯ ଟଙ୍କା ଟପି ୭୯ ଟଙ୍କା ୦୪ ପଇସା ଛୁଇଁଛି। ଏହା ପୂର୍ବରୁ ଗତ ୭ ତାରିଖରେ ଡିଜେଲ ଦର ଲିଟର ପିଛା ୨୩ ପଇସା ବୃଦ୍ଧି ଘଟି ୭୮ ଟଙ୍କା ୯୨ ପଇସା ରହିଥିଲା।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ତେଲ କମ୍ପାନି ଗୁଡ଼ିକ ଦୀର୍ଘ ପ୍ରାୟ ୮୩ ଦିନ ଧରି ତେଲ ଦରର ଦୈନିକ ସଂଶୋଧନରୁ ଦୂରେଇ ରହିଥିଲେ। ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ରହିଥିଲେ ମଧ୍ୟ ତେଲ କମ୍ପାନି ଗୁଡ଼ିକ ଏହାର ଲାଭ ଗ୍ରାହକଙ୍କୁ ଦେଇନଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମୟରେ ପର୍ଯ୍ୟାପ୍ତ ଟିକସ ବଢ଼ାଇଥିଲେ। ଜୁନ ୭ ତାରିଖରୁ ତୈଳ କମ୍ପାନି ଗୁଡ଼ିକ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ସଂଶୋଧନ ଆରମ୍ଭ କରି‌ବା ସହିତ ବଢ଼ାଇ ଚାଲିଥିଲେ। ଡିଜେଲ ଦର ଜୁନ୍‌ ୨୯ ତାରିଖ ପର୍ଯ୍ୟନ୍ତ ଲଗାତାର ୨୩ ଦିନ ଧରି ବଢ଼ି ୭୮ ଟଙ୍କା ୬୯ ପଇସା ଛୁଇଁଥିଲା। କିନ୍ତୁ ଗତ ୩୦ ତାରିଖରୁ ଇତିମଧ୍ୟରେ ‌ଡିଜେଲ ଦର ଦୁଇ ଥର ବଢ଼ି ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି। ଫଳରେ ଗତ ଜୁନ୍ ୭ ତାରିଖରୁ ଇତିମଧ୍ୟରେ ଡିଜେଲ ଦର ଲିଟର ପିଛା ୧୧ ଟଙ୍କା ୩୧ ପଇସା ମହଙ୍ଗା ହୋଇଯାଇଛି। ସେହିପରି ଗତମାସ ୬ ତାରିଖରୁ ୨୯ ତାରିଖ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୯ ଟଙ୍କା ୨୯ ପଇସା ମହଙ୍ଗା ହୋଇଛି। ତେବେ ୩୦ ତାରିଖରୁ ଆଜି ପର୍ଯ୍ୟନ୍ତ ଏଥିରେ କୌଣସି ବୃଦ୍ଧି ହୋଇନାହିଁ। ଫଳରେ ପେଟ୍ରୋଲ ଦର ଏବେ ଭୁବନେଶ୍ବରରେ ଲିଟର ପିଛା ୮୧ ଟଙ୍କା ୦୧ ପଇସା ରହିଛି। ପେଟ୍ରୋ‌ଲ ଦର ସ୍ଥିର ଥିବାବେଳେ ଡିଜେଲ ଦର ବଢ଼ୁଥିବାରୁ ଏହି ଦୁଇ ଅଟୋ ଇନ୍ଧନର ଦର ମଧ୍ୟରେ ଥିବା ପାର୍ଥକ୍ୟ ହ୍ରାସ ପାଉଛି। ଏହା ଆଗାମୀ ଦିନରେ ଡିଜେଲ କାର ବିକ୍ରି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା ରହିଛି। ଏଥିସହିତ ମୁଦ୍ରାସ୍ଫୀତି ହାର ବଢ଼ିବା ସମ୍ଭାବନା ବି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe