୭ ଦିନ ପରେ ବଢ଼ିଲା ଡିଜେଲ ଦର

Advertisment
ତେଲ ଟିକସ କମାଇବାକୁ ସଂସଦୀୟ କମିଟିର ପରାମର୍ଶ

Daily Pakistan.

ଭୁବନେଶ୍ବର: ସାତ ଦିନର ବ୍ୟବଧାନ ପରେ ଆଜି ପୁଣି ଡିଜେଲ ମହଙ୍ଗା ହୋଇଛି। ଗତମାସ ୭ ତାରିଖରୁ ଡିଜେଲ ଦର ଲଗାତାର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। କିନ୍ତୁ ୩୦ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତେଲ କମ୍ପାନି ଗୁଡ଼ିକ ଡିଜେଲ କିମ୍ବା ପେଟ୍ରୋଲ ଦରରେ କୌଣସି ବୃଦ୍ଧି କରି ନଥିଲେ। ଆଜି ପୁଣି ଡିଜେଲ ଦର ବଢ଼ାଇଛନ୍ତି। ଭୁବନେଶ୍ବରରେ ‌ଭାରତୀୟ ତୈଳ ନିଗମ ପକ୍ଷରୁ ଡିଜେଲ ଦର ଲିଟର ପିଛା ୨୩ ପଇସା ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ଦର ୭୮ ଟଙ୍କା ୯୨ ପଇସା ଛୁଇଁଛି। ପୂର୍ବରୁ ଗତ ୨୯ ତାରିଖଠାରୁ ଡିଜେଲ ଦର ୭୮ ଟଙ୍କା ୬୯ ପଇସାରେ ସ୍ଥିର ରହିଥିଲା। ଅନ୍ୟପକ୍ଷରେ ପେଟ୍ରୋଲ ଦର ଏବେ ୮୧ ଟଙ୍କା ୧ ପଇସାରେ ସ୍ଥିର ରହିଛି।

କରୋନା ମହାମାରୀ ପାଇଁ ତେଲ କମ୍ପାନି ଗୁଡ଼ିକ ପ୍ରାୟ ୮୩ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। କିନ୍ତୁ ଜୁନ୍ ୭ ତାରିଖରୁ ଦୈନିକ ବୃଦ୍ଧି ଆରମ୍ଭ ହୋଇଯାଇଥିଲା। ଜୁନ ୬ ତାରିଖରେ ପେଟ୍ରୋଲ ଦର ୭୧ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଦର ୬୭ ଟଙ୍କା ୭୩ ପଇସା ଥିଲା। ୭ ତାରିଖରେ ଏହି ଦର ଯଥାକ୍ରମେ ୭୨ ଟଙ୍କା ୩୩କୁ ଏବଂ ୬୮ ଟଙ୍କା ୩୩କୁ ବୃଦ୍ଧି ଘଟିଥିଲା। ଆଜିର ଦର ବିଚାରକୁ ନେଲେ ପେଟ୍ରୋଲ ଦର ଏହି ସମୟ ମଧ୍ୟରେ ଲିଟର ପିଛା ୯ ଟଙ୍କା ୨୯ ପଇସା ଏବଂ ଡିଜେଲ ଦର ୧୧ ଟଙ୍କା ୧୯ ପଇସା ମହଙ୍ଗା ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe