ଅକ୍ଟୋବରରେ ଅଧିକ ଡିଜେଲ୍‌ ବିକ୍ରି

Advertisment

More diesel sales in October

More diesel sales in October

ଅକ୍ଟୋବରରେ ଅଧିକ ଡିଜେଲ୍‌ ବିକ୍ରି

Naidunia

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ପରେ ପ୍ରଥମ ଥର ଲାଗି ଅକ୍ଟୋବରରେ ତେଲ ବିକ୍ରି ଗତବର୍ଷ ଠାରୁ ଅଧିକ ହୋଇଛି। ଏହି ମାସରେ ୧୭.୭୭ ନିୟୁତ ଟନ୍‌ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରି ହୋଇଛି ଯାହା ୨୦୧୯ରେ ବିକ୍ରି ହୋଇଥିବା ୧୭.୩୪ ନିୟୁତ ଟନ୍‌ ଠାରୁ ୨.୫ ପ୍ରତିଶତ ଅଧିକ। ପେଟ୍ରୋଲିୟମ୍ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍‌ ସେଲ୍‌ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବରରେ ପେଟ୍ରୋଲ ବିକ୍ରିରେ ‌ସୁଧାର ହୋଇଥିଲା। ଅକ୍ଟୋବରରେ ଡିଜେଲ୍ ବିକ୍ରି ଗତବର୍ଷ ଠାରୁ ଅଧିକ ହୋଇଛି। ଏହି ମାସରେ ୬୫ ଲକ୍ଷ ଟନ୍ ଡିଜେଲ୍ ବିକ୍ରି ହୋଇଥିବା ବେଳେ ୨୫.୪ ଲକ୍ଷ ଟନ୍ ପେଟ୍ରୋଲ୍ ବିକ୍ରି ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ୭.୪ ପ୍ରତିଶତ ଅଧିକ ଡିଜେଲ୍ ଓ ୪.୫ ପ୍ରତିଶତ ଅଧିକ ପେଟ୍ରୋଲ୍‌ ବିକ୍ରି ହୋଇଛି।

କରୋନା ମହାମାରୀ ମୁକାବିଲା ଲାଗି ମାର୍ଚ୍ଚ ଶେଷ ସପ୍ତାହରେ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଅର୍ଥନ‌ୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଫଳରେ ଏପ୍ରିଲ୍‌ରେ ତେଲ ବିକ୍ରି ୪୯ ପ୍ରତିଶତ ହ୍ରାସ ପାଇଥିଲା। ଲକ୍‌ଡାଉନ୍‌ର ପ୍ରଭାବ ୬୯ ଦିନ ରହିବା ପରେ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଲକ୍‌ଡାଉନ୍‌ ମଧ୍ୟ ତେଲ ବିକ୍ରିକୁ ପ୍ରଭାବିତ କରିଥିଲା। ଉତ୍ସବ ଋତୁରେ ଯଦି ଲୋକମାନେ ନିଜ ଗାଡ଼ି ବାହାର କରିବାକୁ ଯଦିଓ ତେଲ ବ୍ୟବହାରରେ ବୃଦ୍ଧି ଘଟିଛି, ମାତ୍ର ସ୍କୁଲ ଓ କଲେଜ ବସ ଓ ଗାଡ଼ି ଚଳାଚଳ ଏବେବି ଦେଶର ଅନେକ ସ୍ଥାନରେ ବନ୍ଦ ରହିଛି। ବିଦ୍ୟୁତ ଉତ୍ପାଦନ ଓ ପେଟ୍ରୋକେମିକାଲ୍ସ ପ୍ରସ୍ତୁତିରେ ବ୍ୟବହାର ହେଉଥିପା ନାପ୍‌ଥାର ବିକ୍ରି ୧୫ ପ୍ରତିଶତ ବୃଦ୍ଧି ପାଇଁ ୧୩ ଲକ୍ଷ ଟନ୍ ହୋଇଛି। ଉଭୟ ସାଧାରଣ ଜନତା ଏବଂ ଶିଳ୍ପ ସଂସ୍ଥା ବ୍ୟବହାର କରୁଥିବା ତୈଳର ବିକ୍ରି ବଢ଼ିଥିବାରୁ ଅର୍ଥନୀତିରେ ସୁଧାର ଘଟୁଥିବା ଆଶା କରାଯାଉଛି। ଅକ୍ଟୋବରରେ ସଡ଼କ ତିଆରିରେ ବ୍ୟବହାର ହେଉଥିବା ବିଟୁମେନ୍ ବିକ୍ରି ୪୮% ବଢ଼ିଥିବା ବେଳେ ଏଲ୍‌ପିଜି ବିକ୍ରିରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ବିମାନ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ଅକ୍ଟୋବରରେ ୩,୫୫,୦୦୦ ଟନ୍‌ର ଆଭିଏସନ୍ ଟର୍ବାଇନ୍ ଫୁଏଲ୍‌ (ଏଟିଏଫ୍‌) ବିକ୍ରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe