ଡଲାରକୁ ଟକ୍କର ଦେବାକୁ ଚୀନ ଆରମ୍ଭ କଲା ଡିଜିଟାଲ ମୁଦ୍ରାର ପ୍ରଚଳନ

ଡଲାରକୁ ଟକ୍କର ଦେବାକୁ ଚୀନ ଆରମ୍ଭ କଲା ଡିଜିଟାଲ ମୁଦ୍ରାର ପ୍ରଚଳନ

photo-pymnts.com

ବେଜିଂ: ଡଲାରକୁ ଟକ୍କର ଦେବାକୁ ଚୀନର ପ୍ରୟାସ | ଚାଇନା ଡିଜିଟାଲ ମୁଦ୍ରାର ବ୍ୟବହାର କରିବାରେ ସଫଳ ହୋଇଛି | କିଛି ମାସ ପୂର୍ବରୁ ଚୀନ୍ ଏହି ପରୀକ୍ଷଣ ଆରମ୍ଭ କରିଥିଲା। ଏହା ଚୀନର ୪ଟି ସହରରେ ଆରମ୍ଭ କରାଯାଇଥିଲା | ରିପୋର୍ଟ ଅନୁଯାୟୀ, ଏହି ୪ଟି ସହରରେ ୟୁଆନ୍ (ଚାଇନାର ମୁଦ୍ରା) ର ଡିଜିଟାଲ୍ ସଂସ୍କରଣ ମାଧ୍ୟମରେ ୩୦୦ ମିଲିୟନ ଡଲାର ବା ୩୦ କୋଟି ଡଲାରରୁ ଅଧିକ କାରବାର ହୋଇଛି। ଚର୍ଚ୍ଚା ହେଉଛି ଯେ ଏହି ଡିଜିଟାଲ ମୁଦ୍ରା ମାଧ୍ୟମରେ ଚୀନ୍ ବିଶ୍ୱ ଅର୍ଥନୀତିରେ ଆମେରିକୀୟ ଡଲାରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି। ଆଉ ଚାଇନା ଏହି ମୁଦ୍ରାକୁ ସମଗ୍ର ଦେଶରେ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି।

ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ୟୁରୋର ଡିଜିଟାଲ ସଂସ୍କରଣକୁ ବଜାରକୁ ଆଣିବା ପୂର୍ବରୁ ୟୁଆନର ଡିଜିଟାଲ ସଂସ୍କରଣ କରି ଚାଇନା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବାର ଚେଷ୍ଟା ଆରମ୍ଭ କରିଦେଇଛି | ଚାଇନାର ଅଧିକାରୀମାନେ ଦାବି କରିଛନ୍ତି ଯେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ଏହି ମୁଦ୍ରା ସେମାନଙ୍କୁ ସାହାଯ୍ୟ କରିବ।

ଚୀନ୍ ଡିଜିଟାଲ୍ ୟୁଆନକୁ ଭବିଷ୍ୟତର ମୁଦ୍ରା ବୋଲି କହିଛି। ସୂଚନା ଅନୁଯାୟୀ ଚାଇନାରେ ଅଧିକାଂଶ କାରବାର ଡିଜିଟାଲ ମାଧ୍ୟମରେ କରାଯାଉଛି | କିନ୍ତୁ ଏହି କାରବାର ପ୍ରାୟତଃ ଘରୋଇ ଆପ୍ ମାଧ୍ୟମରେ କରାଯାଇଥାଏ | ଅର୍ଥାତ୍ ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନଥାଏ | ତେଣୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରିବା ଦ୍ୱାରା ସମଗ୍ର କାରବାର ପୁଣି ଥରେ ସରକାରଙ୍କ ଅଧୀନକୁ ଆସିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe