ରିଲାଏନ୍ସ ଡିଜିଟାଲ୍‌ରେ ଡିଜିଟାଲ୍ ଇଣ୍ଡିଆ ସେଲ୍‌

Advertisment
ରିଲାଏନ୍ସ ଡିଜିଟାଲରେ ଡିଜିଟାଲ୍ ଡିସ୍‌କାଉଣ୍ଟ୍‌ ସେଲ୍‌

ଭୁବନେଶ୍ବର: ରିଲାଏନ୍ସ ଡିଜିଟାଲ୍‌ରେ ଦେଶର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ସେଲ୍‌ ଡିଜିଟାଲ୍ ଇଣ୍ଡିଆ ସେଲ୍‌ ଆରମ୍ଭ ହୋଇଛି। ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋର ଓ ରିଲାଏନ୍ସ ଡିଜିଟାଲ୍‌ର ୱେବସାଇଟ୍‌ରେ ସପିଙ୍ଗ୍‌ କଲେ ଆକର୍ଷଣୀୟ ଡିଲ୍ ପାଇପାରିବେ। ଇଲେକ୍ଟ୍ରୋନିକ୍ସ ଉପରେ ଶ୍ରେଷ୍ଠ ଡିଲ୍‌ ସହିତ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଉପରେ କଂପାନି ୬% ତତ୍କାଳ ରିହାତି ପ୍ରଦାନ କରୁଛି। ସିଟି ବ୍ୟାଙ୍କ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ଇଏମ୍‌ଆଇ କାରବାର ଉପରେ ତୁରନ୍ତ ୧୦% ରିହାତି ପାଇପାରିବେ। ପ୍ରତି ୫୦୦୦ ଟଙ୍କା କିଣାକିଣି ଉପରେ ୧୦୦୦ ଟଙ୍କା ମୂଲ୍ୟର ରିଲାଏନ୍ସ ଡିଜିଟାଲ୍ ଭାଉଚର୍‌ ମିଳିବ। ଏହି ଅଫର ଜାନୁଆରି ୨୬ ପର୍ଯ୍ୟନ୍ତ ଜାରି ରହିବ। ଗ୍ରାହକମାନେ ଏହି ଅବସରରେ ଟିଭି, ସ୍ମାର୍ଟଫୋନ୍, ଲାପ୍‌ଟପ୍, ରେଫ୍ରିଜରେଟର, ୱାସିଂ ମେସିନ୍, ହୋମ୍ ଆପ୍ଲାଏନ୍‌ସେସ୍‌ ଓ ଓୟାରେବଲ୍ ଉପ‌ରେ ବିଭିନ୍ନ ପ୍ରକାର ଅଫର ପାଇପାରିବେ। ରିଲାଏନ୍ସ ଡିଜିଟାଲ୍‌ ୱେବସାଇଟ୍‌ର ଗ୍ରାହକମାନଙ୍କ ପାଇଁ ତିନି ଘଣ୍ଟା ଭିତରେ ଇନ୍‌ଷ୍ଟା ଡେଲିଭରି ଓ ‌ନିକଟତମ ଷ୍ଟୋର୍‌ରୁ ସାମଗ୍ରୀ ପିକ୍-ଅପ୍ କରିବା ସୁବିଧା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe