ଆସନ୍ତା ବର୍ଷରୁ ନଗଦ କମିବ, ଡିଜିଟାଲ୍ କାରବାର ବଢ଼ିବ

Advertisment
ଆସନ୍ତା ବର୍ଷରୁ ନଗଦ କମିବ, ଡିଜିଟାଲ୍ କାରବାର ବଢ଼ିବ

Livemint

୨୦୨୦ରେ ଅନେକ ଦେଶରେ ନଗଦ ରାଶିର ବ୍ୟବହାର କମିଯିବ। ଏବେ ବ୍ରିଟେନ୍‌ରେ ୩୦% କାରବାର ଲାଗି ନଗଦ ରାଶି ବ୍ୟବହାର କରାଯାଉଛି। ଦକ୍ଷିଣ କୋରିଆ ମଧ୍ୟ ନଗଦ ରାଶିର ପ୍ରଚଳନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯାଉଛି। ସିଙ୍ଗାପୁର ମଧ୍ୟ ନଗଦ କାରବାରକୁ କମ୍ କରିବା ଉପରେ ଜୋର ଦେଉଥିବା ବେଳେ ଚୀନ୍‌ରେ କଂପାନିଗୁଡ଼ିକର ଅଧା ରାଜସ୍ବ ଡିଜିଟାଲ୍ ଉତ୍ସରୁ ଆସୁଛି। ୨୦୧୬ ନଭେମ୍ବରରେ ଭାରତରେ ବିମୁଦ୍ରୀକରଣ ଘୋଷଣା ହେବା ପରଠାରୁ ଡିଜିଟାଲ୍ କାରବାର ବଢ଼ାଇବା ଉପରେ ଅଧିକ ଜୋର ଦିଆଯାଉଛି। ଏବେବି ଭାରତରେ ୯୦%ରୁ ଅଧିକ କାରବାର ଲାଗି ନଗଦ ରାଶି ବ୍ୟବହାର କରାଯାଉଛି। ମାତ୍ର ସେହି ସମୟରେ ଯୁବପିଢ଼ି ଡିଜିଟାଲ୍ କାରବାର କରିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ୨୦୨୦ରେ ଫେସ୍‌ବୁକ୍‌ର କ୍ରିପ୍‌ଟୋ କରେନ୍ସି ‘ଲିବ୍ରା’ ଉନ୍ମୋଚିତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe