ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କୁ ଡିଜିଟାଲ ପେମେଣ୍ଟ ବେଳେ ପ୍ରଦାନ କରାଯାଉଥିବା ରିହାତିକୁ ସରକାର କମାଇ ଦେଇଛନ୍ତି। ବିମୁଦ୍ରାକରଣ ପରେ ଡିଜିଟାଲ ପେମେଣ୍ଟ୍କୁ ପ୍ରୋତ୍ସାହନ ଦେବା ଲାଗି ଏହା ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଯୋଜନାକୁ ୨୦ ମାସ ନପୁରୁଣୁ ଏହାକୁ ୦.୭୫%ରୁ ୦.୨୫%କୁ କମାଇ ଦିଆଯାଇଛି। କାର୍ଡରେ ପେଟ୍ରୋଲ ଏବଂ ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫% କ୍ୟାସବ୍ୟାକ୍ ପ୍ରୋତ୍ସାହନ ଭାବେ ୨୦୧୬ ଡିସେମ୍ବର ୧୩ ତାରିଖରୁ ପ୍ରଦାନ କରାଯାଇ ଆସୁଥିଲା। ଅଗଷ୍ଟ ପହିଲାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯାଇଛି। ଗ୍ରାହକମାନଙ୍କୁ ଏନେଇ ସୂଚନା ଦେବାକୁ କୁହାଯାଇଛି। ପୂର୍ବରୁ ୦.୭୫% ରିହାତି ହିସାବରେ ଜଣେ ଗ୍ରାହକଙ୍କୁ ୧ ଲିଟର ପେଟ୍ରୋଲରେ ପ୍ରାୟ ୫୭ ପଇସା ଏବଂ ୧ ଲିଟର ଡିଜେଲରେ ପ୍ରାୟ ୫୦ ପଇସା କ୍ୟାସ୍ବ୍ୟାକ୍ ମିଳୁଥିଲା। କିନ୍ତୁ ଏବେ ଏହି କ୍ୟାସବ୍ୟାକ୍ ଏବେ ଲିଟର ପିଛା ପେଟ୍ରୋଲରେ ପ୍ରାୟ ୧୯ ପଇସା ଏବଂ ଡିଜେଲରେ ପ୍ରାୟ ୧୭ ପଇସାକୁ ହ୍ରାସ ପାଇବ।
ପେଟ୍ରୋଲ୍ ପମ୍ପ୍ରେ ଡିଜିଟାଲ ପେମେଣ୍ଟ ରିହାତି କମିଲା
Advertisment
Follow Us