ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୯ ପ୍ରତିଶତ ରାସନ କାର୍ଡର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ବହୁ ରାଜ୍ୟ ଏକ୍ଷେତ୍ରରେ ୧୦୦ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ମେଘାଳୟ କିନ୍ତୁ ୩୮% ହାର ସହ ବହୁ ପଛରେ ରହିଛି। ବଳକା ରାସନ କାର୍ଡଗୁଡ଼ିକର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଖରେ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି ବୋଲି ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଉତ୍ତର ଦେଇଛନ୍ତି। ସେ ଜଣାଇଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଟ୍ରାନ୍ସପାରେନ୍ସି ପୋର୍ଟାଲ୍ରେ ୧୯.୫ କୋଟି ରାସନ କାର୍ଡ ଉପଲବ୍ଧ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସେଥିରୁ ୯୯ ପ୍ରତିଶତ ରାସନ କାର୍ଡକୁ ଆଧାର ସହ ଯୋଡ଼ାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଥିବା ୫.୩୩ ଲକ୍ଷ ଫେୟାର ପ୍ରାଇସ୍ ସପ୍ ମଧ୍ୟରୁ ୫.୩୨ ଲକ୍ଷ ସପ୍କୁ ସ୍ବୟଂକ୍ରିୟ କରାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us