ମହାମାରୀ ସତ୍ତ୍ବେ ଓଡ଼ିଶାରେ ପ୍ରତ୍ୟକ୍ଷ ବିକ୍ରୟ ଶିଳ୍ପର ୧ ହଜାର କୋଟିର ବ୍ୟବସାୟ

Advertisment
ମହାମାରୀ ସତ୍ତ୍ବେ ଓଡ଼ିଶାରେ ପ୍ରତ୍ୟକ୍ଷ ବିକ୍ରୟ ଶିଳ୍ପର ୧ ହଜାର କୋଟିର ବ୍ୟବସାୟ

ଭୁବନେଶ୍ୱର : ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ଡାଇରେକ୍ଟ ସେଲିଂ ରାଜ୍ୟ ରାଜକୋଷକୁ ୨୦୨୦-୨୧ ବର୍ଷରେ ଜିଏସ୍‌ଟି ଆକାରରେ ପ୍ରାୟ ୧୫୦ କୋଟି ଟଙ୍କାର ଅବଦାନ ରଖିଛି ଏବଂ ବିକ୍ରି ଦୃଷ୍ଟିରୁ ଏହା ଦେଶରେ ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି ।  ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍‌ (ଆଇଡିଏସ୍‌ଏ) ପକ୍ଷରୁ ଶନିବାର ଏଠାରେ ପ୍ରକାଶିତ ଏକ ବାର୍ଷିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟର ପରିସଂଖ୍ୟାନରୁ ଜଣାଯାଇଛି ଯେ ପୂର୍ବ ଆର୍ଥିକ ବର୍ଷରେ ହୋଇଥିବା ବିକ୍ରି ୯୧୨.୬୦ କୋଟି  ଟଙ୍କା ତୁଳନାରେ ଏଥିରେ ୧୨୧ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି ଏବଂ ଏହା ସୂଚାଇ ଦେଉଛି ଯେ ଏହି ବ୍ୟବସାୟ ମଡେଲ ରାଜ୍ୟରେ ଏକ ଦୀର୍ଘସ୍ଥାୟୀ ଅଥବା ଅତିରିକ୍ତ ରାଜସ୍ୱ ଉତ୍ସ ଭାବରେ ଲୋକପ୍ରିୟ ହୋଇ ରହିଛି ।

ରାଜ୍ୟରେ ମୋଟ ପ୍ରାୟ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ବିକ୍ରେତା ପ୍ରାୟ ୧.୫ ଲକ୍ଷ ରହିଛନ୍ତି ଏବଂ ସେମାନଙ୍କୁ ନେଇ ରାଜ୍ୟ ୨୦୨୦-୨୧ରେ ଜାତୀୟ ସ୍ତରରେ ହୋଇଥିବା ମୋଟ ବିକ୍ରି ୧୮,୦୬୭ କୋଟି ଟଙ୍କାରେ ୫.୭୨% ଅଥବା ୧୦୩୪ କୋଟି ଟଙ୍କା ଅବଦାନ ରଖିଛି, ଯାହା ୨୦୧୯-୨୦ ବର୍ଷରେ ୫.୪୪% ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe